ଭୁବନେଶ୍ବର: କଂଗ୍ରେସର ଚିନ୍ତନ ଶିବିର ପରେ ବହୁତ ସଂସ୍କାର ଦଳ ଭିତରେ ଆଣିବାକୁ ନିଷ୍ପତ୍ତି ହୋଇଛି । ନୀତି ଗୁଡିକ ଗୃହୀତ ହୋଇଛି ତାହା ଆଗକୁ କାର୍ଯ୍ୟକ୍ଷମ ହେବ । ସଂଗଠନ ଓ ଦଳରେ ସଂସ୍କାର ଆଣିବା ପାଇଁ କାର୍ଯ୍ୟ ହେବ । ଯୁବକମାନଙ୍କୁ ଆଗକୁ ଆସିବାରେ ସୁଯୋଗ ଦେବାପାଇଁ ଆଲୋଚନା ହୋଇଛି । କେବଳ ଆଲୋଚନା ନୁହେଁ ଏହାକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ବୈଠକ ହୋଇଛି। ଜୁନ 1 ଏବଂ 2 ରେ ସବୁ ରାଜ୍ୟରେ ରାଜ୍ୟସ୍ତରୀୟ ସମିଳନୀ ଅନିଷ୍ଠିତ ହେବ । ଚିନ୍ତନ ଶିବିର ନିଷ୍ପତ୍ତି ଉପରେ ଆଲୋଚନା ହେବ । ଆଜି ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ସଦସ୍ୟ ଶରତ ରାଉତ ।
ସେହିପରି ପିସିସି ପରିବର୍ତ୍ତନ ସମ୍ପର୍କରେ ଶରତ ରାଉତ କହିଛନ୍ତି ଯେପର୍ଯ୍ୟନ୍ତ ପିସିସି ସଭାପତି କେହି ହେଇନାହାନ୍ତି ସମସ୍ତଙ୍କ ନା ଚର୍ଚ୍ଚା ହେବ। କିଛି ନୂଆ କଥା ନୁହେଁ । ପରିବର୍ତ୍ତନତ ନିଶ୍ଚିନ୍ତ ହେବ। କଂଗ୍ରେସ ଦଳ ମୋତେ ଯେତେ ବେଳେ ଯୋଉ ଦାୟିତ୍ବ ଦେଇଛି ମୁଁ ତାକୁ ନିସ୍ଵାର୍ଥପର ଭାବରେ ସମ୍ପାଦନ କରିଛି । ସଭାପତି ଦାୟିତ୍ବ ଦେଲେ ବି ପଛେଇ ଯିବାର ନାହିଁ। ନିକଟରେ ଗୁଜୁରାଟ କଂଗ୍ରେସରୁ ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡିବା ପ୍ରସଙ୍ଗରେ ଶରତ କହିଛନ୍ତି କଂଗ୍ରେସରେ ବଡ ନେତା କେହି ନାହାନ୍ତି। ସିଏ କଂଗ୍ରେସ ଛାଡିଲେ ବି କଂଗ୍ରେସର କିଛି କ୍ଷତି ହେବନି। କଂଗ୍ରେସ ଅନେକ ବଡ ନେତାଙ୍କୁ ଜନ୍ମ ଦେଇଛି। କଂଗ୍ରେସର ନୀତି ଆଦର୍ଶରେ ଚଳିବ ହାର୍ଦିକଙ୍କ ପାଇଁ କଷ୍ଟକର ତେଣୁ ସେ କଂଗ୍ରେସ ଦଳ ଛାଡିଥିବେ। କଂଗ୍ରେସ ଦଳରେ କାର୍ଯ୍ୟକ୍ରମ ଜରିଆରେ ସୁଯୋଗ ମିଳିଥାଏ ବିନା କାର୍ଯ୍ୟରେ କିଛି ବି ସୁଯୋଗ ମିଳେନା ବୋଲି ଶରତ କହିଛନ୍ତି ।