ଭୁବନେଶ୍ବର:ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗୃହ ମୁଲତବୀ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନସଭା ମୌସୁମୀ ଅଧିବେସନ ବୁଧବାର ପର୍ଯ୍ୟନ୍ତ ଚାଲୁ ହେବା ନେଇ ସ୍ଥିର ହୋଇଥିବାବେଳେ ନିର୍ଦ୍ଧାରିତ ସମୟର ଢେର ଆଗରୁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ସେପଟେ ବିଧାନସଭାରେ ଆଜି ପାରିତ ହୋଇଛି 5ଟି ଗୁରୁତ୍ବପୂର୍ଣ୍ଣ ବିଲ । ଓଡିଶା ପୌର ଆଇନ ସଂଶୋଧନ ବିଲ 2020 ଏବଂ ଶିଳ୍ପ ବିବାଦ (ସଂଶୋଧନ) ବିଲ2020 ମଧ୍ୟ ପାରିତ ହୋଇଛି ।
ସେହିପରି ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ, ଓଡ଼ିଶା ଦ୍ରବ୍ୟ ଓ ସେବା କର-GST ସଂଶୋଧନ ବିଲ୍, ଆଇନଜୀବୀ କଲ୍ୟାଣ ପାଣ୍ଠି ସଂଶୋଧନ ବିଲ ପାରିତ ହୋଇଛି ।