ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ନଗର ଉନ୍ନୟନ ବିଭାଗ । ଏ ନେଇ ସବୁ ମ୍ୟୁନିସିପାଲ କମିଶନର ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ । ଓ୍ବାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅଣସିଡ୍ୟୁଲ ଅଞ୍ଚଳରେ OBCଙ୍କ ପାଇଁ ସଂରକ୍ଷଣ ରହିବନି ବୋଲି ସୂଚନା ଦିଆଯାଇଛି ।
ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ଦ୍ଵାରା ଜାରି କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, 2011 ଜନଗଣନା ଅନୁଯାୟୀ ହେବ ସୀମା ପୁନଃ ନିର୍ଦ୍ଧାରଣ । ଏହି ଅନୁସାରେ 5 ମହାନଗର ନିଗମ ଓ 107 ପୌରାଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ ହେବ । ଚିଠିରେ ଦର୍ଶାଯାଇଛି ଯେ, ଅଣସିଡ୍ୟୁଲ ଅଞ୍ଚଳରେ ପଛୁଆ ବର୍ଗ(OBC)ଙ୍କ ପାଇଁ ରହିବନି ସଂରକ୍ଷଣ । ଜାନୁଆରୀ 5 ତାରିଖ ସୁଦ୍ଧା ମହାନଗର ନିଗମ ସୀମା ପୁନଃ ନିର୍ଦ୍ଧାରଣ ତାଲିକା ପ୍ରକାଶ କରାଯିବ ।