ଓଡିଶା

odisha

ETV Bharat / city

ଶିଳ୍ପ କ୍ଷେତ୍ରରେ ଓଡିଶା ଯାତ୍ରା, MSME ବାଣିଜ୍ୟ ମେଳାରେ ମିଳିଛି ସଫଳତା

କୋଭିଡ କଟକଣା ମଧ୍ୟରେ ହୋଇଛି ଓଡିଶା ଏମଏସଏମଇ ବାଣିଜ୍ୟ ମେଳା ୨୦୨୧ । ଏବର୍ଷ ଷ୍ଟାର୍ଟଅପ , ମହିଳା ଉଦ୍ୟୋଗୀ ଓ ମିଶନ ଶକ୍ତିକୁ ଦିଆଯାଇଛି ଅଗ୍ରାଧିକାର । କିଛି ହଟକେ , ଆଉ ଖାସ ସହ ଆସିଛି ଏଭଳି ବହୁତ ପ୍ରଡକ୍ଟ , ଯାହା ଅର୍ଥନୀତିରେ ଅଭିବୃଦ୍ଧି ଆଣିବା ସହ ରାଜ୍ୟର ଏମଏସଏମଇକୁ ଦେବ ଜାତୀୟ ସ୍ତରରେ ପରିଚୟ ...

By

Published : Mar 13, 2021, 8:17 PM IST

MSME ବାଣିଜ୍ୟ ମେଳାରେ ମିଳିଛି ସଫଳତା
MSME ବାଣିଜ୍ୟ ମେଳାରେ ମିଳିଛି ସଫଳତା

ଭୁବନେଶ୍ବର: ଆମେ ଗଢିବା ଆମେ ବଢିବା ଆମେ ସମୃଦ୍ଧ ହେବା ବାର୍ତ୍ତା ନେଇ ଚଳିତ ବର୍ଷ ଏମ୍ଏସ୍ଏମଇ ବାଣିଜ୍ୟ ମେଳା ହୋଇଛି । ଏଥର ଫୋକସରେ ମହିଳା ଓ ଯୁବକମାନଙ୍କ ଆତ୍ମନିର୍ଭରଶୀଳତା ରଖାଯାଇଥଇଥିବା ବେଳେ ମିଶନ ଶକ୍ତି ଆଉ ଷ୍ଟାର୍ଟଅପକୁ ନୂତନ ଭାବେ ମେଳାରେ ସ୍ଥାନ ଦିଆଯାଇଛି ।

ଶିଳ୍ପ କ୍ଷେତ୍ରରେ ଓଡିଶା ଯାତ୍ରା , MSME ବାଣିଜ୍ୟ ମେଳାରେ ମିଳିଛି ସଫଳତା

ଯୁବକ ମାନେ ନୂତନ ଜ୍ଞ୍ୟାନ କୌଶଳର ଷ୍ଟାର୍ଟଅପକୁ ପ୍ରତିପାଦିତ କରିଥିବା ବେଳେ ମହିଳା ମାନେ ସେମାଙ୍କର ହାତ ତିଆରି ଅଳଙ୍କାର ଓ ସାମଗ୍ରୀକୁ ପଦର୍ଶନ ସହ ବିକ୍ରି କରି ବେଶ ଖୁସି ହୋଇଛନ୍ତି । ଆଉ ନିଜ ପ୍ରତିଭା ପଦର୍ଶନ ପାଇଁ ବଜାର ମିଳିଥିବାରୁ, ଆଗକୁ ରାଜ୍ୟ ବିକାଶରେ ସାହାଯ୍ୟ କରିବାକୁ ପ୍ରତିବଦ୍ଧତା ଥିବା କହିଛନ୍ତି।

ଏ ବର୍ଷ ଅୟୋଜିତ ହୋଇଯାଇଥିବା ନବମ ଓଡିଶା ଏମଏସଏମଇ ବାଣିଜ୍ୟମେଳା ୨୦୨୧ କେବଳ ଦେଶର ବ୍ୟବସାୟୀ ବା ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଛନ୍ତି । ଏଥର ମେଳାରେ ମହିଳାମାନଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ମିଳିଛି । ୫ଟି ହ୍ୟାଙ୍ଗରରେ ମୋଟ ୬୦ ଟି ଲେଖାଏଁ ଷ୍ଟଲ ନିର୍ମାଣ କରାଯାଇଥିବା ବେଳେ ମିଶନ ଶକ୍ତି କୁ ୬୦ ଷ୍ଟଲ ଦିଆଯାଇଛି । ମା’କୁ ସମ୍ମାନ ଓ କାମ ସହ ମହିଳା ମାନଙ୍କୁ ବଡ ଉଦ୍ୟୋଗୀପତି ଭାବେ ଗଢିତୋଳିବାର ପ୍ରତିବନ୍ଧତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି । ଏହାକୁ ନେଇ ବାଣିଜ୍ୟ ମେଳାରେ ମିଶନ ଶକ୍ତି ମହିଳାମାନଙ୍କ ଦ୍ବାରା ବିଭିନ୍ନ ସାମଗ୍ରୀର ପସରା ମେଲିଛନ୍ତି । ଏହି ମେଳାରେ ଧାନରେ ନିର୍ମିତ ଫୋଟୋ ଫ୍ରେମ ର ବେଶ ଚାହିଦା ରହିଛି । ସବୁଠାରୁ ଆକର୍ଷଣୀୟ ରହିଛି ନବରଙ୍ଗପୁରରୁ ଆସିଥିବା ନୀଳମଣି କାଠୀଙ୍କ ତମ୍ବାର ଅଳଙ୍କାର । ଖାଲି ସେତିକି ନୁହେ ଏହି ଅଳଙ୍କାର ଆଉ ଶିଳ୍ପଦ୍ୟୋଗୀ ହେବାର ନିଶାକୁ ନେଇ ନୀଳମଣି କାଠୀଙ୍କୂ ବେଶ ପ୍ରଶଂସା ମିଳିଥିବା ବେଳେ ତାଙ୍କୁ ସମ୍ମାନିତ କରାଯାଇଛି । ସୂଦୁର ମାଲକାନଗିରିରୁ ଆସି ନିଜ ସାମଗ୍ରୀ ବିକ୍ରି ପାଇଁ ଏଭଳି ଏକ ବଜାର ଓ ସମ୍ମାନକୁ ନେଇ ନୀଳମଣି ବି ବେଶ ଖୁସିଥିବା କହିଛନ୍ତି

ସେହିପରି ସଶକ୍ତ ଯୁବକଙ୍କ କର୍ମନିଯୁକ୍ତିକୁ ନେଇ ଷ୍ଟାର୍ଟଅପ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ଷ୍ଟଲ କରାଯାଇଛି । ଏଠାରେ ଯୁବକମାନଙ୍କ ସୃଜନଶୀଳତାର ଅନେକ ଜ୍ଞାନକୌଶଳରେ ନିର୍ମିତ ନୂଆ ନୂଆ ପ୍ରୋଜେକ୍ଟ ଦେଖିବାକୁ ମିଳିଛି । ପ୍ଲାଷ୍ଟିକ ମୁକ୍ତ ପରିବେଶ ବାର୍ତ୍ତାକୁ ନେଇ ମେଳାରେ ବାଉଁଶରେ ନିର୍ମିତ ଅନେକ ନିତ୍ୟ ବ୍ୟବହାରୀ ଜିନିଷ ଦେଖିବାକୁ ମିଳିଛି । ଏହାସହ ରୋବୋଟିକ୍ସ ଦ୍ବାରା ଏକ ସ୍ମାର୍ଟ ଦର୍ପଣ ଦେଖିବାକୁ ମିଳିଛି । ଏହି ଦର୍ପଣର ବିଶେଷ୍ବତ କି ଏହା ସାଧାରଣ ଦର୍ପଣ ଠାରୁ ଭିନ୍ନ । ଦର୍ପଣ ସାଧାରଣତଃ ସଜେଇହେବା ବ୍ୟବହାର କରାଯାଏ , ହେଲେ ଏହି ଦର୍ପଣ ମାଧ୍ୟମରେ କଥା ହୋଇପାରିବେ, ନ୍ୟୁଜ ବି ଦେଖିପାରିବେ । ଏପରିକି ଆପଣଙ୍କ ଲୁକକୁ ସେ ଏକ ନୂଆ ରୂପ ଦେବା ସହ ମେକଅପ ସମୟରେ ଯଦି କେହି କଲ କରୁଛି ତାହାକୁ ବି ଦେଖିପାରିବେ । ଏଥିସହ ଏହା ମାଧ୍ୟମରେ ଆପଣ ଅନ୍ୟ ଗେଜେଟ (ଲାଇଟ, ଫ୍ୟାନ)କୁ ମଧ୍ୟ ଅଫ, ଅନ କରିପାରିବେ ।

ଖାଲି ସେତିକି ନୁହେଁ ଏହି ସଂସ୍ଥା ପକ୍ଷରୁ ଭଲ ଫସଲ ପାଇଁ ସ୍ବୟଂଚାଳିତ ଜଳସେଚନ ପ୍ରଣାଳୀ ପାଇଁ ମଧ୍ୟ ଦେଖିବାକୁ ମିଳିଛି । ସେହିପରି ମେଳାରେ ଆଉ ଏକ ସଂସ୍ଥା ଓରେଟସ ପକ୍ଷରୁ କଥା କହିପାରୁନଥିବା ଶିଶୁମାନଙ୍କ ପାଇଁ ଏ ଆପ୍ପଲିକେସନ ତିଆରି କରିଛନ୍ତି । ଯାହାଦ୍ବାରା ଦିବ୍ୟଙ୍ଗ ଶିଶୁମାନେ ଶିକ୍ଷିତ ହେଇପାରିବ । ଏହି ଆପ୍ଲିକସନ ଅନଲାଇନରେ ଉପଲବ୍ଧ । ପ୍ରଥମ ଥର ପାଇଁ ଏଭଳି ଆପ୍ପଲିକେସନ ଓଡ଼ିଶାର ଉପଲବ୍ଧ କରାଇଥିବାରୁ ସଂସ୍ଥା ଯେତିକି ଖୁସି ପ୍ରଥମ ଥର ପାଇଁ ଏହା ବାଣିଜ୍ୟମେଳା ମେଳାରେ ସାମିଲ ହୋଇ ବେଶ ଖୁସି ଅଛନ୍ତି ଏହି କ୍ଷୁଦ୍ର ଉଦ୍ୟୋଗୀ ।

ଅର୍ଥନୀତିକୁ ସୁଦୃଢ କରିବ ଅଣୁ, କ୍ଷୁଦ୍ର ଓ ମଧ୍ୟମ କ୍ଷେତ୍ରର ଉନ୍ନତି । ଆଉ ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେଣୁ ରାଜ୍ୟରେ କର୍ମନିଯୁକ୍ତି କୁ ବ୍ୟାପକ କରିବା ସହିତ ରାଜ୍ୟର ଅର୍ଥନୀତିକୁ ମଧ୍ୟ ତ୍ଵରାନ୍ବିତ କରିବ ଏହି ମେଳା । ଆଉ ଠିକ ଏଭଳି ଅବସରରେ ଅର୍ଥନୀତିର ବିକାଶରେ ମହିଳା ଓ ଯୁବକ ସାମିଲ ହୋଇଥିବା ବେଳେ ଏହା ନିଶ୍ଚିତ ଭାବେ ରାଜ୍ୟ ଅର୍ଥନୀତିକୁ ସୁଧାରି ରୋଜଗାର ଓ ଆତ୍ମନିର୍ଭର କରିପାରିବ ବୋଲି ଆଶା କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details