ଓଡିଶା

odisha

ETV Bharat / city

ଓଡିଶା-ମୋ ପରିବାର କାର୍ଯ୍ୟକ୍ରମ ତ୍ବରାନ୍ବିତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ - ଓଡ଼ିଶା- ମୋ ପରିବାର କାର୍ଯ୍ୟକ୍ରମ

ସାଂପ୍ରତିକ କୋଭିଡ଼ ଦୁର୍ଗତି ସମୟରେ ଓଡ଼ିଶା ମୋ ପରିବାର ସାମାଜିକ ପ୍ରତିବଦ୍ଧତାକୁ ଆଗକୁ ନେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ଏନେଇ ଭର୍ଚୁଆଲ ମୋଡରେ ଓଡ଼ିଶା ମୋ ପରିବାର କ୍ଷେତ୍ରରେ ଯୁବା ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

odisha-mo-paribar-
ଓଡ଼ିଶା- ମୋ ପରିବାର କାର୍ଯ୍ୟକ୍ରମ ତ୍ବରାନ୍ବିତ ପାଇଁ କର୍ମକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

By

Published : May 14, 2021, 10:45 PM IST

ଭୁବନେଶ୍ବର:ସାଂପ୍ରତିକ କୋଭିଡ଼ ଦୁର୍ଗତି ସମୟରେ ଓଡ଼ିଶା ମୋ ପରିବାର ସାମାଜିକ ପ୍ରତିବଦ୍ଧତାକୁ ଆଗକୁ ନେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ଏ ନେଇ ଭର୍ଚୁଆଲ ମୋଡରେ ଓଡ଼ିଶା ମୋ ପରିବାର କ୍ଷେତ୍ରରେ ଯୁବା ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଛି । ଓଡ଼ିଶା ମୋ ପରିବାର ଆବାହକ ଅରୁପ ପଟ୍ଟନାୟକଙ୍କ ଆବାହକତ୍ବରେ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜ୍ୟ ମୁଖ୍ୟାଳୟରେ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ସହ-ଆବାହକ ଅତନୁ ସବ୍ୟସାଚୀ ନାୟକ ସମେତ ୨୫ରୁ ଊର୍ଦ୍ଧ୍ବ ପଦାଧିକାରୀ, ବିଧାୟକ, ବିଧାୟିକା ଯୋଗ ଦେଇଥିଲେ ।

ଥାଲେସେମିଆ, ସିକିଲ ସେଲ ରୋଗୀଙ୍କୁ ଏହି ସମୟରେ ରକ୍ତ ଦରକାର । ଲକଡ଼ାଉନ ପାଇଁ ରକ୍ତ ସଂଗ୍ରହ ଚ୍ୟାଲେଞ୍ଜ ପାଲଟିଛି । ସେପଟେ ରକ୍ତର ଆବଶ୍ୟକତା ବଢ଼ିଛି । ରାଜ୍ୟରେ ଆବଶ୍ୟକ ପ୍ଲାଜମା ସଂଗ୍ରହ, ରକ୍ତ ସଂଗ୍ରହ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଯେଉଁ ରେୟାର ବ୍ଲଡ଼ ଗ୍ରୁପ ଲୋକ ରକ୍ତଦାନ କରୁଛନ୍ତି, ସେମାନଙ୍କ ଡାଟା ପବ୍ଲିକ ଡୋମେନକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଯାହାକୁ ରକ୍ତ ଦରକାର, ସେମାନେ ୱେବସାଇଟରୁ ଜାଣି ପାରିବେ । କୋଭିଡ ରୋଗୀଙ୍କ ମୃତଦେହ ସତ୍କାର ପାଇଁ ଆମ ହେଲ୍ପଡେସ୍କ ସହଯୋଗ କରୁଛି । ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ, ଦିଲ୍ଲୀ, କୋଲକାତା ଓ ସୁରଟରେ ଓଡ଼ିଶା ମୋ ପରିବାର ଡେସ୍କ ଖୋଲାଯାଇଛି । ପ୍ରବସୀମାନଙ୍କୁ ସହଯୋଗ କରିବାକୁ ସେଠାରେ ନୋଡାଲ ଓଡ଼ିଆ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଆବାହକ ଅରୂପ ପଟ୍ଟନାୟକ ସୂଚନା ଦେଇଛନ୍ତି ।

କୋଭିଡରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ମୃତଦେହ ଦାହରେ ଆତ୍ମୀୟଙ୍କୁ ଆଶ୍ବସନା ଓ ସହଯୋଗ, ପ୍ଲାଜମା ସଂଗ୍ରହ ଓ ରକ୍ତଦାତା ମାନଙ୍କର ପଞ୍ଜିକରଣ ସଂପର୍କରେ ଆଲୋଚନା କରାଯାଇଛି । ବିଧାୟକ ଦେବେଶ ଆଚାର୍ଯ୍ୟ, ବିକ୍ରମ ପଣ୍ଡା, ସଂଜୀବ ମଲ୍ଲିକ, ଲତିକା ପ୍ରଧାନ, ମନୋହର ରନ୍ଧାରୀ, ସୁଧୀର ସାମଲ ଏବଂ ଓଡ଼ିଶା - ମୋ ପରିବାର ସହ ଆବାହକ ନଳୀନ ପ୍ରଧାନ, ଗୌରହରି ମିଶ୍ର, ମୀରା ପରିଡ଼ା, ରୋଜାଲିନ୍ ମହାପାତ୍ର, ଦୁର୍ଗା ସମାନ୍ତରାୟ , ଶିଶିର ପରିଜା, ସମୀର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା - ମୋ ପରିବାରର ପଦାଧିକାରୀ ମାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟାଳୟ କର୍ମକର୍ତ୍ତା ରୁଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିିଭି ଭାରତ

ABOUT THE AUTHOR

...view details