ଓଡିଶା

odisha

ETV Bharat / city

'ଓଡିଶା ମୋ ପରିବାର' କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ପ୍ରସ୍ତୁତ - Odisha mo paribar program started in Cm naveen patnaik home

ଆରମ୍ଭ ହୋଇଛି 'ଓଡିଶା ମୋ ପରିବାର' କାର୍ଯ୍ୟକ୍ରମ । ଜୀବନ ବିନ୍ଦୁ ଭଳି ଏହା ଏକ ଫ୍ଲାଗସିପ୍‌ କାର୍ଯ୍ୟକ୍ରମ । ଏହି କ୍ରମରେ ରବିବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ 'ଓଡ଼ିଆ ମୋ ପରିବାର'ର ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଛି ।

Odisha mo paribar program started in Cm naveen patnaik home
'ଓଡିଶା ମୋ ପରିବାର' କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ପ୍ରସ୍ତୁତ

By

Published : Jan 5, 2020, 5:13 PM IST

ଭୁବନେଶ୍ବର: ଦଳମତ ନିର୍ବିଶେଷରେ ବିଜେଡି କରିବ ସମାଜ ସେବା । ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ସହିତ ସମାଜର ହିତ ପାଇଁ କାମ କରିବ । ଏନେଇ ଆରମ୍ଭ ହୋଇଛି 'ଓଡିଶା ମୋ ପରିବାର' କାର୍ଯ୍ୟକ୍ରମ । ଜୀବନ ବିନ୍ଦୁ ଭଳି ଏହା ଏକ ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ।

'ଓଡିଶା ମୋ ପରିବାର' କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ପ୍ରସ୍ତୁତ

ରବିବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ 'ଓଡ଼ିଆ ମୋ ପରିବାର'ର ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଛି । 3 ଟି ଦିଗ ଉପରେ କାମ କରିବାକୁ ଖସଡ଼ା ପ୍ରସ୍ତୁତ ହୋଇଥିବା କହିଛନ୍ତି କାର୍ଯ୍ୟକ୍ରମର ଆବାହକ ଅରୂପ ପଟ୍ଟନାୟକ । ଏହି କ୍ରମରେ ପରିବେଶ ସୁରକ୍ଷା ପାଇଁ ସାଂସଦ ପିନାକୀ ମିଶ୍ରଙ୍କ ଅଧୀନରେ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଓ ଗଛ ଲଗାଇବା ପାଇଁ କାମ ହେବ ।

'ଓଡିଶା ମୋ ପରିବାର' କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ପ୍ରସ୍ତୁତ
'ଓଡିଶା ମୋ ପରିବାର' କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ପ୍ରସ୍ତୁତ

ସାରା ଦେଶରେ ମହାରାଷ୍ଟ୍ର ଏବଂ ଓଡ଼ିଶା ହିଁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ ହୋଇଛି । ଏଥିରେ ଓଡ଼ିଶା ପ୍ରଥମ ସ୍ଥାନ ରହିଛି । ସେହିପରି ସ୍ବାସ୍ଥ୍ୟ କ୍ଷେତ୍ରରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅଧୀନରେ ଜୀବନ ବିନ୍ଦୁ ସହ ମିଶି ରକ୍ତଦାନ ଉପରେ କାମ କରାଯିବ । ତୃତୀୟରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧୀନରେ କାମ ହେବ । ଏଥିପାଇଁ ପ୍ରବାସୀ ଓଡ଼ିଆଙ୍କ ଡାଟାବେସ ଅଣାଯାଇଛି । କମିଟି ସେମାନଙ୍କ ପାଖକୁ ଯିବ ଏବଂ ସେମାନଙ୍କ ବିକାଶ ଦିଗରେ କାମ କରାଯିବ । 'ଓଡ଼ିଶା ମୋ ପରିବାର'ରେ 1 ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details