ଭୁବନେଶ୍ବର: ବିଧାନସଭାରେ ନଭେମ୍ବର 20ରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ । ତେବେ ଗୃହରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କ କୋରୋନା ପରୀକ୍ଷଣ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଙ୍ଗଳବାର ସୂଚନା ଦେଇଛନ୍ତି ।
ରାଜ୍ୟରେ ଶୀତ ଋତୁରେ କୋରୋନାର ଦ୍ବିତୀୟ ୱେଭ ଆସୁଥିବାରୁ ସଂକ୍ରମଣ ବୃଦ୍ଧି ଘଟିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ତେବେ ଏହା ପରେ ବିଧାନସଭାରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ହିଁ ଗୃହର ସମସ୍ତ କର୍ମଚାରୀ, ବିଧାୟକ, ମନ୍ତ୍ରୀ ଓ ସାମ୍ବାଦିକଙ୍କ କୋଭିଡ-19 ପରୀକ୍ଷା କରାଯିବ ।