ଭୁବନେଶ୍ବର: ଥାନାରେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର। ଆଜି(ଗୁରୁବାର) ଅଚାନକ ଖଣ୍ଡଗିରି ଥାନାରେ ପହଞ୍ଚି ବିଭିନ୍ନ ଦିଗ ଉପରେ ପଚରା ଉଚରା କରିଥିଲେ ମନ୍ତ୍ରୀ। ବିଶେଷ କରି ସେ ନିତିଦିନ ହେଉଥିବା ଅଭିଯୋଗ ଓ ତାର ତ୍ବରିତ କାର୍ଯାନୁଷ୍ଠାନ ସମ୍ପର୍କରେ ପଚାରି ବୁଝିଥିଲେ।
ତେବେ ଦିନକୁ ଦିନ ବଢୁଥିବା ନିଶା ବେପାର ସହ ସେଥିରେ ସମ୍ପୃକ୍ତ ଦଲାଲ ଓ ଚୋରା ବେପାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ
ଆଇନ ଶୃଙ୍ଖଳା ପରିସ୍ଥିତିକୁ କିପରି ମୁକାବିଲା କରାଯାଇପାରିବ ସେନେଇ ଆଲୋଚନା କରିଥିଲେ ଦିବ୍ୟଶଙ୍କର ।
ଏହାସହ ସାଧାରଣ ଜନତାଙ୍କ ପ୍ରତି ଥାନାରେ ଥିବା ଅଧିକାରୀଙ୍କ ଯଥା ସମ୍ଭବ ସୌଜନ୍ୟ ପ୍ରଦର୍ଶନ ଓ ଆଇନ ଖିଲାପକାରିଙ୍କ ବିରୋଧରେ ତ୍ବରିତ କାର୍ଯାନୁଷ୍ଠାନ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ସାଧାରଣ ନାଗରିକ କିପରି ତାର ସମସ୍ୟା ଅଭିଯୋଗ ପରେ ଟେଲିଫୋନ ଯୋଗେ ଥାନା ପକ୍ଷରୁ କିପରି ଉତ୍ତର ମିଳିପାରିବ ତାହାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ ମନ୍ତ୍ରୀ ।