ଓଡିଶା

odisha

ETV Bharat / city

ଦୀର୍ଘ 20 ବର୍ଷ ପରେ ପାକିସ୍ତାନ ଜେଲରୁ ମୁକ୍ତ ହୋଇ ଘରକୁ ଫେରିବେ ଓଡିଆ ପୁଅ - Kutra block

ଦୀର୍ଘ 20 ବର୍ଷ କାଳ ପାକିସ୍ତାନ ଜେଲରେ କାରାଦଣ୍ଡ କାଟିବା ପରେ ଏବେ ନିଜ ଘରକୁ ଫେରୁଛନ୍ତି ଓଡିଆ ପୁଅ । ଅଧିକ ପଢନ୍ତୁ...

ଦୀର୍ଘ 20 ବର୍ଷ ପରେ ଘରକୁ ଫେରିବେ ପାକିସ୍ତାନ ଜେଲରୁ ବନ୍ଦୀମୁକ୍ତ ଓଡିଆ ପୁଅ
ଦୀର୍ଘ 20 ବର୍ଷ ପରେ ଘରକୁ ଫେରିବେ ପାକିସ୍ତାନ ଜେଲରୁ ବନ୍ଦୀମୁକ୍ତ ଓଡିଆ ପୁଅ

By

Published : Nov 2, 2020, 3:54 PM IST

Updated : Nov 2, 2020, 5:54 PM IST

ସୁନ୍ଦରଗଡ: ଦୀର୍ଘ 20 ବର୍ଷ କାଳ ପାକିସ୍ତାନ ଜେଲରେ କାରାଦଣ୍ଡ କାଟିବା ପରେ ଏବେ ନିଜ ଘରକୁ ଫେରୁଛନ୍ତି ଓଡିଆ ପୁଅ । ସୁନ୍ଦରଗଡ ଜିଲ୍ଲା କୁଟ୍ରା ବ୍ଲକ ଅନ୍ତର୍ଗତ କାଟଙ୍ଗ ଗାଁ ଅଧିବାସୀ ବିର୍ଜୁ କୁଲୁଙ୍କୁ 20 ବର୍ଷ ପୂର୍ବରୁ ଭାରତୀୟ ଗୁଇନ୍ଦା ବିଭାଗର ଏଜେଣ୍ଟ ଭାବେ ସନ୍ଦେହ କରି ବନ୍ଦୀ କରିନେଇଥିଲା ପାକିସ୍ତାନ ସେନା ।

ତେବେ 20 ବର୍ଷ ପରେ ସୁନ୍ଦର ଗଡର ବିର୍ଜୁ କୁଲୁ ପାକିସ୍ତାନରୁ ନିଜ ଜନ୍ମସ୍ଥାନ କାଟଙ୍ଗ ନଙ୍ଗାଟୋଲିକୁ ଫେରିବେ । ପୁଅର ଫେରିବା ଖବର ପାଇ ବେଶ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ବିର୍ଜୁଙ୍କ ପରିବାର ଲୋକ ।

ଦୀର୍ଘ 20 ବର୍ଷ ପରେ ପାକିସ୍ତାନ ଜେଲରୁ ମୁକ୍ତ ହୋଇ ଘରକୁ ଫେରିବେ ଓଡିଆ ପୁଅ

ସୂଚନା ଅନୁଯାୟୀ ବିର୍ଜୁ ତାଙ୍କ ବାପା କମଲିସ କୁଲୁଙ୍କ ଏକମାତ୍ର ପୁଅ ହୋଇଥିବା ବେଳେ ସେ ପିଲା ଦିନରୁ ହିଁ ମାନସିକ ବିକାରଗ୍ରସ୍ତ ଥିଲେ । ତେବେ ତାଙ୍କୁ ଯେତେବେଳେ 25 ବର୍ଷ ହୋଇଥିଲା, ସେ କେଉଁଆଡେ ଚାଲିଯାଇଥିଲେ । ଅନେକ ଖୋଜାଖୋଜି ପରେ ମଧ୍ୟ ପୁଅର କୌଣସି ଖୋଜ ଖବର ପାଇନଥିଲେ ପରିବାର ।

ଗତ ବର୍ଷ ପୁଅର ଠିକଣା ପାକିସ୍ତାନ ଜେଲରେ ଥିବା କୁଟ୍ରା ପୋଲିସ ଷ୍ଟେସନରୁ ଖବର ପାଇବା ପରେ ବିର୍ଜୁଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୂତ୍ରରୁ ପ୍ରକାଶ ଯେ ମାନସିକ ସ୍ଥିତି ଭଲ ନଥିବାରୁ ବିର୍ଜୁ ଅଜାଣତରେ ଭାରତୀୟ ସୀମା ଅତିକ୍ରମ କରି ପାକିସ୍ତାନ ସୀମା ଭିତରେ ପ୍ରବେଶ କରିଯାଇଥିଲେ । ତେବେ ଏହି ସମୟରେ ବିର୍ଜୁଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥାର ଜଣେ ଏଜେଣ୍ଟ ସନ୍ଦେହରେ ଗିରଫ କରିନେଇଥିଲା ପାକିସ୍ତାନ ସେନା ।

ଦୀର୍ଘ 20 ବର୍ଷ କାଳ ପାକିସ୍ତାନର ଲାହୋର ଜେଲରେ ବନ୍ଦୀ ଥିଲେ ଓଡିଆ ପୁଅ ବିର୍ଜୁ କୁଲୁ । ତେବେ କାରାଦଣ୍ଡ ଅବଧି ଶେଷ ପରେ ତାଙ୍କୁ ଅକ୍ଟୋବର 26ରେ ବିର୍ଜୁଙ୍କୁ ମୁକ୍ତ କରି ଭାରତୀୟ ସେନାକୁ ହସ୍ତାନ୍ତର କରିଥିଲା ପାକିସ୍ତାନ । ସେଠାରୁ ଫେରିବା ପରେ ତାଙ୍କୁ ଚିକିତ୍ସା ପାଇଁ ଅମୃତସରର ନାରାୟଣନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରୁ ଡିସଚାର୍ଜ ପରେ ସେ ଖୁବ ଶିଘ୍ର ଘରକୁ ଫେରିବେ ବୋଲି ଜଣାପଡିଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 2, 2020, 5:54 PM IST

ABOUT THE AUTHOR

...view details