ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଭୟଙ୍କର ହେଉଛି ମହାମାରୀ କୋରୋନା । ସଂକ୍ରମଣକୁ ନ ବ୍ୟାପିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି । ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସରକାରୀ ଦପ୍ତରକୁ ସାନିଟାଇଜ କରାଯାଉଛି । ଆଜି ଲୋକସେବା ଭବନକୁ ସାନିଟାଇଜ୍ କରାଯାଇଛି ।
ଅଗ୍ନିଶମ ବିଭାଗ ପକ୍ଷରୁ ଲୋକସେବା ଭବନ ସମେତ ସମ୍ମୁଖ ରାସ୍ତାକୁ ମଧ୍ୟ ସାନିଟାଇଜ୍ କରାଯାଇଛି । ଭୁବନେଶ୍ବରରେ ଶୁକ୍ରବାର ଯାଏଁ 200ଟି ସ୍ଥାନରେ ସାନିଟାଇଜ୍ ସରିଥିବାବେଳେ ଶନିବାର ଆହୁରି ୧୫୦ଟି ସ୍ଥାନରେ ସାନିଟାଇଜ୍ ହୋଇଛି । ପୂର୍ବରୁ ମଧ୍ୟ ଲୋକସେବା ଭବନ ଓ ପୋଲିସ ଭବନ ଏବଂ ବିଧାନସଭାକୁ ସାନିଟାଇଜ୍ କରାଯାଇଥିଲା ।