ଓଡିଶା

odisha

ଗୁରୁଦିବସକୁ କଳା ଦିବସ ପାଳିଲେ ଅଧ୍ୟାପକ

By

Published : Sep 5, 2022, 10:39 PM IST

ଭୁବନେଶ୍ବରରେ ଗୁରୁ ଦିବସରେ କଳା ଦିବସ ପାଳନ । ଗୁରୁ ଦିବସକୁ କଳା ଦିବସ ପାଳିଲେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ। ଅଧିକ ପଢ଼ନ୍ତୁ

ଗୁରୁ ଦିବସକୁ କଳା ଦିବସ ପାଳିଲେ ଅଧ୍ୟାପକ
ଗୁରୁ ଦିବସକୁ କଳା ଦିବସ ପାଳିଲେ ଅଧ୍ୟାପକ

ଭୁବନେଶ୍ବର :ଗୁରୁଦିବସକୁ କଳା ଦିବସ ଭାବେ ପାଳିଲେ ଅଧ୍ୟାପକ । ହାତରେ କଳା କପଡା ବାନ୍ଧିଲେ ଅଧ୍ୟାପକ । ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ଗୁରୁ ଦିବସକୁ ଏଭଳି କଳା ଦିବସ ରୂପେ ପାଳନ କରାଯାଇଛି । ଏହାସହ ସରକାର ବିରୋଧୀ ନାରାବାଜି ଦେବାସହ ହାତରେ କଳା କପଡା ବାନ୍ଧି ଏକ ବିଶାଳ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନ ଠାରୁ ବିଧାନ ସଭା ଯାଏଁ ରାଲି କରିଥିଲେ ।

ଗୁରୁ ଦିବସକୁ କଳା ଦିବସ ପାଳିଲେ ଅଧ୍ୟାପକ

ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ସରକାର ଅନୁଦାନ ପରିସରଭୁକ୍ତ କରିବା ଦାବି କରି ବିଧାନସଭା ଆଡେ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ପରେ ସେମାନେ ଲୋୟର ପିଏମଜି ଠାରେ ବିକ୍ଷୋଭ ପଦର୍ଶନ କରିଥିଲେ । କାରଣ ଗୁରୁ ଦିବସରେ ଯଦି ସରକାର ଗୁରୁଙ୍କର ସମ୍ମାନ ରଖିଲେ ନାହିଁ କି ଗୁରୁର ମାନ୍ୟତା ଦେଲେ ନାହିଁ ସେହି ଦିବସକୁ କାହିଁକି ପାଳନ କରିବୁ।

ତେଣୁ ଆମ ଅଧିକାର ଆମକୁ ନମିଳିବା ଯାଏଁ ଏହି ଦିବସଟି ଆମ ପାଇଁ ଏକ କଳା ଦିବସ ବୋଲି କହିଛନ୍ତି । ଆମେ ଆଜି କଳାଦିବସ ପାଳନ କରି ସରକାରଙ୍କୁ ଆମର ଅଧିକାର ପାଇଁ ଦାବି କରୁଛୁ। ଗତ ତିନି ମାସ ହେବ ୨ଦଫା ଦାବି ନେଇ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ସେମାନଙ୍କର ଅଧିକାର ଯାତ୍ରା କରୁଛନ୍ତି ।

ହେଲେ ସରକାର ସେମାନଙ୍କ ଦାବି ଶୁଣୁନାହାଁନ୍ତି କି ଆଲୋଚନା ମାଧ୍ୟମରେ ଏହାର କିଛି ସ୍ଥାୟୀ ସମାଧାନ କରୁନାହାଁନ୍ତି । ଏହାକୁ ନେଇ ହତାଶ ହୋଇଛନ୍ତି ରାଜ୍ୟର ସମସ୍ତ ଜିଲ୍ଲାର ବେସରକାରୀ ଅଧ୍ୟାପକ ସଂଘ । ବେସରକାରୀ ଅଧ୍ୟାପକଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛି ସଂଘ ।

କାରଣ ୨୦୦୮ ଜୁନ ୧ ତାରିଖରୁ ୨୦୧୩ ମସିହା ନଭେମ୍ବର ୩୦ ତାରିଖ ଯାଏଁ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ସରକାର ଏ ପର୍ଯ୍ୟନ୍ତ ଅନୁଦାନ ପରିସରଭୁକ୍ତ କରିନାହାଁନ୍ତି । ତେଣୁ ଏମାନେ କ୍ଷୋଭ ପ୍ରକାଶ କରି ନିଆରା ଅଧିକାର ଯାତ୍ରା କରିଛନ୍ତି ଆଉ ସରକାରଙ୍କୁ ନିଜର ଦାବି ଜଣାଇଛନ୍ତି ।

ଅନ୍ୟପଟେ ବାରମ୍ବାର ଅଧିକାରୀ ଠାରୁ ଆରମ୍ଭ କରି ସରକାରଙ୍କୁ ଆମର ଦାବି ପତ୍ର ଜଣାଇଥିବା ବେଳେ ଏଯାବତ ଆମ କଥା ଶୁଣୁ ନାହାଁନ୍ତି । ତେଣୁ ଏଭଳି ଯଦି ଲାଗି ରୁହେ ସରକାରଙ୍କ ମନୋଭାବ ତେବେ ଆଗାମୀ ଦିନରେ ଏହାର ଜବାବ ସରକାରଙ୍କୁ ଦିଆଯିବ ବୋଲି କହିଛି ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details