ଓଡିଶା

odisha

ETV Bharat / city

PDS ହିତାଧିକାରୀଙ୍କୁ ସହାୟତାରେ ନାହିଁ ରାଜନୀତି: ଶ୍ରମ ମନ୍ତ୍ରୀ - Minister Susanta Singh Statment on covid help

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ 1 ହଜାର ଟଙ୍କା ଲେଖାଏଁ ସହାୟତା । ଏଥିପାଇଁ ରାଜ୍ୟ ସରକାର 350 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଅଧିକ ପଢନ୍ତୁ

PDS
PDS

By

Published : Dec 21, 2021, 6:08 PM IST

ଭୁବନେଶ୍ବର:ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (National Food Security Act) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ( State Food Security Scheme ) ର ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ 1 ହଜାର ଟଙ୍କା ଲେଖାଏଁ ସହାୟତା । ଏଥିପାଇଁ ରାଜ୍ୟ ସରକାର 350 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଫଳରେ ରାଜ୍ୟର 3 କୋଟି 50 ଲକ୍ଷ ହିତାଧିକାରୀ ଉପକୃତ ହେବେ । ତେବେ ଏହାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।

PDS ହିତାଧିକାରୀଙ୍କୁ ସହାୟତାରେ ନାହିଁ ରାଜନୀତି: ଶ୍ରମ ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି ଯେ, ଗତ ବର୍ଷ ହିତାଧିକାରୀଙ୍କୁ 1 ହଜାର ଟଙ୍କା ଲେଖାଏଁ ସହାୟତା ଦେଇଥିଲେ ରାଜ୍ୟ ସରକାର । ଆଉ ବିରୋଧୀ ସମାନ ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ସେତେବେଳେ ତ କୌଣସି ନିର୍ବାଚନ ନଥିଲା ? ଏବେ କାହିଁକି ବିରୋଧୀ ନିର୍ବାଚନ ପ୍ରସଙ୍ଗ ଉଠାଉଛନ୍ତି ।

ସେହିପରି ଶ୍ରମିକ ଗୋଷ୍ଠୀଙ୍କୁ ମଧ୍ୟ 2ଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଥିଲେ । ଆଉ ରାଜ୍ୟର ସବୁ ଶ୍ରମିକ ଏହି ଟଙ୍କା ପାଇଥିଲେ । କୋଭିଡ ସମୟରେ ଏହି ସହାୟତା ରାଶି ଯୋଗୁଁ ବହୁ ଶ୍ରମିକ ଉପକୃତ ହୋଇଛନ୍ତି । ଅନ୍ୟପଟେ ଭ୍ୟାକ୍ସିନ ଦେଇ କିଛି ଲୋକ ଫଟୋ ମାରୁଛନ୍ତି ବୋଲି ବିଜେପିକୁ କଟାକ୍ଷ କରିଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details