ଓଡିଶା

odisha

ETV Bharat / city

କୃଷି ଓଡିଶା ଉତ୍ସବ ଉଦଘାଟିତ; ଚାଷୀଙ୍କ ଆୟବୃଦ୍ଧିକୁ ଗୁରୁତ୍ବ - କାଳିଆ ଯୋଜନା

ଆରମ୍ଭ ହେଲା କୃଷି ଓଡିଶା ଉତ୍ସବ । ଚାଷୀଙ୍କ ଆୟ ବୃଦ୍ଧିକୁ ଗୁରୁତ୍ବ ଦେବାସହ ବଜାର ଉପଲବ୍ଧ କରାଇବା ପାଇଁ ସରକାର ଗୁରୁତ୍ବ ଦେଇଛନ୍ତି ।

କୃଷି ଓଡିଶା ଉତ୍ସବ ଉଦଘାଟିତ
କୃଷି ଓଡିଶା ଉତ୍ସବ ଉଦଘାଟିତ

By

Published : Jan 20, 2020, 11:12 PM IST

ଭୁବନେଶ୍ବର: ସୋମବାର ଠାରୁ ଆରମ୍ଭ ହୋଇଛି କୃଷି ଓଡିଶା ଉତ୍ସବ। ଜନତା ମୈଦାନରେ ଆୟୋଜିତ ଏହି ଉତ୍ସବ ଅନୁଷ୍ଠିତ ହୋଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।

କୃଷି ଓଡିଶା ଉତ୍ସବ ଉଦଘାଟିତ; ଚାଷୀଙ୍କ ଆୟବୃଦ୍ଧିକୁ ଗୁରୁତ୍ବ


ଉତ୍ସବକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀ ତଥା ଚାଷର ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛୁ । କାଳିଆ ଯୋଜନା ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ‘କୃଷି ନୀତି ସମୃଦ୍ଧି’ ଉନ୍ମୋଚନ କରିଛନ୍ତି। ଏଥିରେ ୩ଟି ଦିଗ ପ୍ରତି ଗୁରୁତ୍ବ ଦିଆଯାଇଛି । ନୂଆ ଜ୍ଞାନକୌଶଳ ବ୍ୟବହାର କରି ଚାଷୀଙ୍କ ଉତ୍ପାଦନ ବଢାଇବା, ଅଣ ଧାନ ଫସଲ କରି ଚାଷୀଙ୍କ ଆୟ ବଢାଇବା ସହ ଚାଷୀର ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ଉପରେ ଗୁରୁତ୍ବ ଦିଆଯାଇଛି ।

କୃଷି ନୀତି 2020କୁ 3 ଭାଗରେ ବିଭକ୍ତ କରାଯାଇଛି।

1- ଚାଷୀ ମାନେ କିଭଳି ଭାବରେ ଧାନକୁ ବେଶୀ ସମୟ ନଦେଇ ଅନ୍ୟ ଚାଷ ଉପରେ ଅଧିକ ଗୁରୁତ୍ବ ଦେବେ ବା ଆକର୍ଷିତ ହେବେ। ଯାହା ଫଳରେ ଅନ୍ୟ ଚାଷ କ୍ଷେତ୍ରରେ ଚାଷୀ ମାନଙ୍କ ଅନ୍ୟ ଚାଷ କ୍ଷେତରେ ଲାଭଦାୟକ ହୋଇପାରିବେ।

2- ଚାଷୀ ମାନେ କିଭଳି ନୂତନ ଆକାରରେ ଟେକ୍ନୋଲୋଜି ବ୍ୟବହାର କରିପାରିବେ ସେନେଇ ମଧ୍ୟ ଚାଷୀ ମାନଙ୍କ ପ୍ରତି ସଚେତନ କରାଯାଉଛି। ଯାହା ଫଳରେ ଅଧିକରୁ ଅଧିକ ଭାବରେ ଲାଭଦାୟକ ହୋଇପାରିବେ। ଏହି ଟେକ୍ନୋଲୋଜି କୃଷକ ମାନଙ୍କର ଲାଭ ପାଇଁ ବ୍ୟବହାର କରାଯିବ।

3- ଯେଉଁ ଚାଷକୁ ନେଇ କୃଷକ ମାନେ ବଜାରରେ ବିକ୍ରି କରୁଛନ୍ତି। ସେହି ଫସଲକୁ କିଭଳି ଭାବରେ ବଜାରରେ ଅଧିକ ବିକ୍ରି କରାଯିବ ସେନେଇ ମଧ୍ୟ ବଜାରର ବିକାଶ କରାଯିବ। ଚାଷୀ ମାନେ ଆଗାମୀ 5 ବର୍ଷ ଭିତରେ କୃଷକ ମାନେ ଯେପରି ଲାଭବାନ ହୋଇପାରିବେ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details