ଓଡିଶା

odisha

ETV Bharat / city

ମରୁଡ଼ି ଅଞ୍ଚଳ ଘୋଷଣା ଓ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ କଂଗ୍ରେସର ଦାବି - ମରୁଡ଼ି ଅଞ୍ଚଳ ଘୋଷଣା ଦାବି

ବିଭିନ୍ନ ଜିଲ୍ଲା ପ୍ରଦର୍ଶନ ପରେ ମରୁଡି ଅଞ୍ଚଳ ଘୋଷଣା ଏବଂ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପିିସିସି କିଷାନ କଂଗ୍ରେସର ଦାବି । ଅଧିକ ପଢନ୍ତୁ...

ମରୁଡ଼ି ଅଞ୍ଚଳ ଘୋଷଣା ଓ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ କଂଗ୍ରେସର ଦାବି
ମରୁଡ଼ି ଅଞ୍ଚଳ ଘୋଷଣା ଓ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ କଂଗ୍ରେସର ଦାବି

By

Published : Sep 4, 2021, 9:01 AM IST

ଭୁବନେଶ୍ବର: ରାଜ୍ୟରେ ମରୁଡ଼ି ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ । ତେଣୁ ମରୁଡ଼ିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ପିସିସି କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ତଥା ଏଆଇସିସି ସଦସ୍ୟ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ଅଗଷ୍ଟ ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଳାର ବିଭିନ୍ନ ବ୍ଲକ ଅଞ୍ଚଳକୁ ଏକ ପ୍ରତିନିଧି ମଣ୍ଡଳୀ ଗସ୍ତ କରିଥିଲେ ।

ମରୁଡ଼ି ଅଞ୍ଚଳ ଘୋଷଣା ଓ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ କଂଗ୍ରେସର ଦାବି

ସେଠାରୁ ଆସିବା ପରେ ଏଭଳି ମରୁଡ଼ି ପରିସ୍ଥିତି ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ଅଭିଯୋଗ କରିଛନ୍ତି । ଦୂରଦୃଷ୍ଟି ଅଭାବ ଓ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଯୋଗୁଁ ଆଜି ଓଡ଼ିଶାରେ ଚାଷ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ହୋଇପଡିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଫଳରେ ରାଜ୍ୟରେ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ବୃଦ୍ଧି ହେବାର ମୁଖ୍ୟ କାରଣ ହୋଇଛି । ଜଳସେଚନ କ୍ଷେତ୍ରରେ ରାଜକୋଶରୁ କୋଟି କୋଟି ଟଙ୍କା ଅପବ୍ୟୟ କରାଯାଉ ଥିବାବେଳେ ହାତ ପାହାନ୍ତାରେ ଜଳ ଉତ୍ସରୁ ଚାଷୀର କ୍ଷେତକୁ ଜଳସେଚନ ବ୍ୟବସ୍ଥା କରାଯାଇ ନାହିଁ । ଜଳସେଚନ ନାଁରେ ମନ୍ତ୍ରୀ, ଯନ୍ତ୍ରୀ, ଠିକାଦାର ଓ ଶାସକ ଦଳର କର୍ମୀ ମାଲାମାଲ ହେଉ ଥିବାବେଳେ ପାଣି ଅଭାବରୁ ଚାଷୀର ଫସଲ ଉଜୁଡ଼ି ଯାଉଛି । ରାଜ୍ୟର ସମସ୍ତ ବ୍ଲକକୁ ୩୫ ପ୍ରତିଶତ ଜଳସେଚନ ଘୋଷଣା ସରକାରଙ୍କର କେବଳ ପ୍ରଚାର ସର୍ବସ୍ୱ ହୋଇଛି ପିସିସି କିଷାନ କଂଗ୍ରେସ ଅଭିଯୋଗ କରିଛି ।

ହଜାର ହଜାର ଉଠା ଜଳସେଚନ ପ୍ରକଳ୍ପ ଅଚଳ । ଅନେକ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ କରାଯାଇ ନାହିଁ । ଚାଷୀ କ୍ଲଷ୍ଟର ଭିତିରେ ଦୀର୍ଘ ଦିନ ଧରି ଉଠା ଜଳସେଚନ ନିଗମରେ ଟଙ୍କା ଜମା କରିଥିଲେ ମଧ୍ୟ ପ୍ରକଳ୍ପଟିର କାର୍ଯ୍ୟକାରୀ କରାଯାଉ ନାହିଁ । କେନାଲରେ ପାଣି ଆସୁନାହିଁ । ବାହାଘର ବେଳେ ବାଇଗଣ ରୁଆ ପରି ପାଣି ଆବଶ୍ୟକ ସମୟରେ କେନାଲ କାମ ଆରମ୍ଭ ହେଉଛି ବୋଲି କଟାକ୍ଷ କରିଛି କିଷାନ କଂଗ୍ରେସ । ଏଥିସହ ପାଣି ପଞ୍ଚାୟତ ଓ ଜଳସେଚନ ନାଁରେ କୋଟି କୋଟି ଟଙ୍କା ହରିଲୁଟ କରାଯାଉଛି । ଫଳରେ ବର୍ତ୍ତମାନ ମରୁଡ଼ିର ମୁକାବିଲା କରିବା କ୍ଷେତ୍ରରେ ସରକାର ସମ୍ପୂର୍ଣ୍ଣ ଅସଫଳ ହୋଇଛନ୍ତି ।

ରାଜ୍ୟର ପ୍ରାୟ ୨୧୫ ଟି ବ୍ଲକରେ ମରୁଡ଼ି ପରିସ୍ଥିତି ଅତି ଗମ୍ଭୀର, ସରକାରଙ୍କର ଏଥିପ୍ରତି ନିଘା ନାହିଁ । ସରକାରଙ୍କୁ ମରୁଡ଼ି ସମୀକ୍ଷା ଓ ଯୋଜନା ଉପରେ ଯୋଜନା କେବଳ ଧର୍ମକୁ ଆଖିଠାର । ବର୍ତ୍ତମାନର ମରୁଡ଼ି ପରିସ୍ଥିତି ବିଜେଡ଼ି ସରକାରର ପ୍ରକୃତ ଚେହେରାକୁ ପଦାକୁ ଆଣିଛି । ସରକାର ନିଜ ଆଡୁ ମରୁଡ଼ି ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିନଥିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଛି କିଷାନ କଂଗ୍ରେସ ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପିିସିସି କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଚାଷୀଙ୍କର ଏପରି ଦୁଃସ୍ଥିତି ପାଇଁ ବିଜେଡ଼ି ସରକାରଙ୍କୁ ଦାୟୀ କରିଛନ୍ତି । ଅନ୍ୟପଟେ ଯଦି ରାଜ୍ୟ ସରକାର ଆସନ୍ତା ୧ ସପ୍ତାହ ମଧ୍ୟରେ ଚାଷୀଙ୍କୁ ଉପରୋକ୍ତ ସମସ୍ୟାଗୁଡ଼ିକର ଆଶୁ ସମାଧାନ ନକରିନ୍ତି, ଚାଷୀ ସମାଜର ବୃହତର ସ୍ୱାର୍ଥ ଦୃଷ୍ଟିରୁ ପିସିସି କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକସ୍ତରରୁ ଚାଷୀ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details