ଓଡିଶା

odisha

ETV Bharat / city

ମାର୍ଚ୍ଚ 11ରେ ଆନ୍ଦୋଳନକୁ ଓଲ୍ଲାଇବ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ - odisha kedu leaf labour protest on march 11

ଆସନ୍ତା 11 ତାରିଖରେ ଆନ୍ଦୋଳନକୁ ଓଲ୍ଲାଇବ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ। ସରକାର କେନ୍ଦୁପତ୍ର ତୋଳାଳୀଙ୍କ ହିତ ବିରୁଦ୍ଧରେ ରେଞ୍ଜ, ସେକ୍ସନ, ଫଡ଼ି ଉଚ୍ଛେଦ, ମଜୁରୀ ହ୍ରାସ ଭଳି ଯେଉଁ ଘୋଷଣା କରିଛନ୍ତି ତାହାକୁ ବିରୋଧ କରି ଏହି ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସଙ୍ଘର ସଭାପତି ବିଜୟ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

odisha kedu leaf labour protest on march 11
ମାର୍ଚ୍ଚ 11ରେ ଆନ୍ଦୋଳନକୁ ଓଲ୍ଲାଇବ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ

By

Published : Mar 6, 2020, 4:28 PM IST

ଭୁବନେଶ୍ବର: ଆସନ୍ତା 11 ତାରିଖରେ ଆନ୍ଦୋଳନକୁ ଓଲ୍ଲାଇବ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ। ସରକାର କେନ୍ଦୁପତ୍ର ତୋଳାଳୀଙ୍କ ହିତ ବିରୁଦ୍ଧରେ ରେଞ୍ଜ, ସେକ୍ସନ, ଫଡ଼ି ଉଚ୍ଛେଦ, ମଜୁରୀ ହ୍ରାସ ଭଳି ଯେଉଁ ଘୋଷଣା କରିଛନ୍ତି ତାହାକୁ ବିରୋଧ କରି ଏହି ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସଙ୍ଘର ସଭାପତି ବିଜୟ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

ମାର୍ଚ୍ଚ 11ରେ ଆନ୍ଦୋଳନକୁ ଓଲ୍ଲାଇବ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ

ଶୁକ୍ରବାର ଏନେଇ ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି କହିଛନ୍ତି ଯେ, ମାନ୍ଦାବସ୍ଥାର ଦ୍ବାହି ଦେଇ ସରକାର ଶ୍ରମିକ ମାରଣ ନୀତି ଆପଣାଇଛନ୍ତି। ଏହାକୁ ବିରୋଧ କରି ଗତ ମାର୍ଚ୍ଚ 2 ଓ 3 ତାରିଖରେ ଓଡ଼ିଶାର ବିଭିନ୍ନ ରେଞ୍ଜ ଓ ଡିଭିଜନ ମାନଙ୍କରେ ଆନ୍ଦୋଳନ କରାଯାଇଥିଲା ।

କିନ୍ତୁ ସରକାର ଏଥିପ୍ରତି କୌଣସି ପ୍ରକାର ପଦକ୍ଷେପ ନେଇ ନାହାନ୍ତି। ତେଣୁ 10 ତାରିଖ ପୂର୍ବରୁ ଯଦି ରାଜ୍ୟର ଲକ୍ଷାଧିକ କେନ୍ଦୁପତ୍ର ଶ୍ରମିକଙ୍କ ହିତ ପାଇଁ ସରକାର ନିଷ୍ପତ୍ତି ନ ନିଅନ୍ତି ତେବେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ନେଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଅନ୍ୟ ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ରାଜ୍ୟର କେନ୍ଦୁପତ୍ର ଶ୍ରମିକଙ୍କ ସ୍ଥିତି ବିଷୟରେ ଆଲୋକପାତ କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details