ଓଡିଶା

odisha

ETV Bharat / city

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ - ନୟାଗଡରେ ସାମ୍ବାଦିକଙ୍କୁ ଆକ୍ରମଣ

ପରୀ ହତ୍ୟା ମାମଲା ଖବର ସଂଗ୍ରହ ସମୟରେ ଏକ ଘରୋଇ ଚ୍ୟାନେଲ ରିପୋର୍ଟର ଓ କ୍ୟାମେରା ସାମ୍ବାଦିକଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଏ ନେଇ ଭୁବନେଶ୍ୱରର ବିଭିନ୍ନ ସମ୍ବାଦିକ ସଙ୍ଗଠନ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ ହୋଇଛି । ଅଧିକ ପଢନ୍ତୁ..

ସାମ୍ବାଦିକ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା ,ରାଜ୍ୟପାଳଙ୍କୁ  ଦାବିପତ୍ର
ସାମ୍ବାଦିକ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା ,ରାଜ୍ୟପାଳଙ୍କୁ ଦାବିପତ୍ର

By

Published : Dec 25, 2020, 5:59 PM IST

ଭୁବନେଶ୍ବର: ନୟାଗଡ ଯଦୁପୁର ଠାରେ ପରୀ ହତ୍ୟା ମାମଲା ଖବର ସଂଗ୍ରହ ସମୟରେ ଏକ ଘରୋଇ ଚ୍ୟାନେଲ ରିପୋର୍ଟର ଓ କ୍ୟାମେରାମ୍ୟାନଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ ଘଟଣାକୁ ଭୁବନେଶ୍ୱରର ବିଭିନ୍ନ ସମ୍ବାଦିକ ସଙ୍ଗଠନ ପକ୍ଷରୁ ନିନ୍ଦା କରାଯାଇଛି । ଏନେଇ ଜୟଦେବ ଭବନଠାରେ ଠାରେ ସାମ୍ବାଦିକମାନେ ପ୍ରତିବାଦ କରିବା ସହ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସାମ୍ବାଦିକ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା ,ରାଜ୍ୟପାଳଙ୍କୁ ଦାବିପତ୍ର

ଏପଟେ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ମଧ୍ୟ ଏହି ଘଟଣାକୁ ଦୃଢ ଭାବରେ ନିନ୍ଦା କରିଛନ୍ତି । ଏଭଳି ଘଟଣା କୁ କଂଗ୍ରେସ ନେତା ସୁର ରାଉତରାୟ ଓ ବିଜେଡି ନେତା ସଂଜୟ ଦାସବର୍ମା ମଧ୍ୟ କଡା ସମାଲୋଚନା କରିଛନ୍ତି । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୁର ରାଉତରାୟ ।


ସେହିପରି ସାମ୍ବାଦିକ ଆକ୍ରମଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା । ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁ ଦାୟିତ୍ଵ ରହିଛି । ନୟାଗଡ଼ରେ ଗଣମାଧ୍ୟମ ଉପରେ ଆକ୍ରମଣକୁ ବିଜୁଜନତା ଦଳ ପକ୍ଷରୁ ନିନ୍ଦା କରୁଛି । ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଦୋଷୀମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି ସଞ୍ଜୟ ।

ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ

ABOUT THE AUTHOR

...view details