ଓଡିଶା

odisha

ETV Bharat / city

ଆଜିଠୁ OJEE ପରୀକ୍ଷା - ଓଜେଇଇ ପରୀକ୍ଷା

ଆଜିଠୁ (ସୋମବାର) ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଦେବାକୁ ହୁଏ ପ୍ରବେଶିକା ପରୀକ୍ଷା OJEE । ଅଧିକ ପଢନ୍ତୁ

ଆସନ୍ତାକାଲିଠୁ OJEE ପରୀକ୍ଷା
ଆସନ୍ତାକାଲିଠୁ OJEE ପରୀକ୍ଷା

By

Published : Jul 3, 2022, 12:28 PM IST

Updated : Jul 4, 2022, 8:55 AM IST

ଭୁବନେଶ୍ବର: ଆଜିଠୁ (ସୋମବାର) ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଦେବାକୁ ହୁଏ ପ୍ରବେଶିକା ପରୀକ୍ଷା OJEE । ଚଳିତ ବର୍ଷ ରାଜ୍ୟର 61ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ 58 ହଜାର ଛାତ୍ରଛାତ୍ରୀ । ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସ ମୋଡ଼ରେ ଦିନକୁ 3 ଟି ପର୍ଯ୍ୟାୟରେ ହେବ ପରୀକ୍ଷା । 8 ତାରିଖ ଯାଏଁ ଚାଲିବ ପରୀକ୍ଷା । କୋଭିଡକୁ ଦେଖି ସତର୍କ କରାଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ।

ଆସନ୍ତାକାଲିଠୁ OJEE ପରୀକ୍ଷା

ସକାଳ 9ରୁ 11 ଟା ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ, 12ଟା 30 ରୁ 2ଟା 30 ପର୍ଯ୍ୟନ୍ତ ଦ୍ବିତୀୟ ସିଫ୍ଟ ଏବଂ ଅପରାହ୍ନ 4ଟାରୁ 6ଟା ଯାଏ ତୃତୀୟ ସିଫ୍ଟରେ ପରୀକ୍ଷା ହେବ । ଜୁଲାଇ 4ରେ 3 ଟି ଯାକ ସିଫ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ । ଜୁଲାଇ 5ର 1ମ ଓ 2ୟ ସିଫ୍ଟରେ MCA/M.Sc ପରୀକ୍ଷା ଏବଂ ଜୁଲାଇ 3ୟ ସିଫ୍ଟରେ M.Arch, M.Pharm ପରୀକ୍ଷା କରାଯିବ । ସେହିପରି 6 ତାରିଖରେ ପ୍ରଥମ 2ଟି ସିଫ୍ଟରେ MBA, 2ୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ MBA ପରୀକ୍ଷା କରାଯିବ । 8 ତାରିଖରେ କେବଳ 1 ମ ଓ 2ୟ ସିଫ୍ଟରେ B.pharm ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

ପରୀକ୍ଷା ପାଇଁ ମୋଟ 57 ହଜାର 918 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସର୍ବାଧିକ ଲାଟେରାଲ ଏଣ୍ଟ୍ରିର ବିଟେକରେ 20 ହଜାର 168 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ବି.ଫାର୍ମା ପାଇଁ 12 ହଜାର 229 ଜଣ, ଏମ୍.ବି.ଏ ପାଇଁ 10 ହଜାର 167 ଜଣ ଆବେଦନ କରିଛନ୍ତି । ରାଜ୍ୟର 30ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ 3ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କମ୍ପ୍ୟୁଟର ବେସଡ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଁଚିବାକୁ ଓଜେଇଇ ପକ୍ଷରୁ ନିର୍ଦ୍ଦେଶ ରହିଛି ।

ରାଜ୍ୟରେ କୋଭିଡ ସଂକ୍ରମଣ ଅଚାନକ ବଢିଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ ନିୟମ ମାନି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛି ଓଜେଇଇ । ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ହ୍ୟାଣ୍ଡ ସାନିଟାଇଜେସନ, ସାମାଜିକ ଦୂରତା ମାନିବା ଓ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଜରୁରୀ କରିଛି ଓଜେଇଇ। ସେହିଭଳି ଛାତ୍ରଛାତ୍ରୀ ojee.nic.in ରେ ମକ ଟେଷ୍ଟ ମଧ୍ୟ ଦେଇପାରିବେ। ପରୀକ୍ଷା ନିୟମାବଳୀ ଭିତରେ ଏହି ମକ ଟେଷ୍ଟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି।

ଆଜି ଓଜେଇଇ ପରୀକ୍ଷା ହେବାକୁ ଯାଉଥିବା ବେଳେ ପରୀକ୍ଷା ପାଇଁ ପ୍ରସ୍ତୁତ ନାହାନ୍ତି ପିଲା । କୋଭିଡ ପାଇଁ ପାଠପଢ଼ା ଭଲ ଭାବରେ ହୋଇନଥିବା କହିଛନ୍ତି ପରୀକ୍ଷାର୍ଥୀ । ଯଦି ପରୀକ୍ଷାକୁ ଘୁଞ୍ଚାଯାଏ ପରୀକ୍ଷାର୍ଥୀ ଭଲ ପ୍ରସ୍ତୁତି କରିପାରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 4, 2022, 8:55 AM IST

ABOUT THE AUTHOR

...view details