ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା । କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ପରୀକ୍ଷା ହେଉଛି । ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । 3ଟି ସିଫ୍ଟରେ ଚଳିତ ଥର ପରୀକ୍ଷା କରାଯାଉଛି । ପ୍ରଥମ ଦିନରେ ବି.ଫାର୍ମା ପରୀକ୍ଷା ଆରମ୍ଭ ହୋଇଛି ।
ଆଜିଠୁ OJEE; ପ୍ରଥମ ଦିନରେ ବି.ଫାର୍ମା ପାଇଁ ଚାଲିଛି ପରୀକ୍ଷା - ଭୁବନେଶ୍ବର ଖବର
ଆଜିଠାରୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା । ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଅଧିକ ପଢନ୍ତୁ...
ଆଜିଠୁ OJEE ପରୀକ୍ଷା; ପ୍ରଥମ ଦିନରେ ବି.ଫାର୍ମା ପାଇଁ ଚାଲିଛି ଏକ୍ସାମ
ପ୍ରଥମ ସିଫ୍ଟି ସକାଳ 9ରୁ11ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ୱିତୀୟ ସିଫ୍ଟିଟି 12 ଟା 30 ରୁ 2ଟା ଓ ତୃତୀୟ ସିଫ୍ଟରେ ଅପରାହ୍ନ 4 ରୁ 6 ଟା ପର୍ଯ୍ୟନ୍ତ ଚାଲିବ । ପ୍ରତି ସିଫ୍ଟର 1 ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି । ଏଥର ପ୍ରାୟ 55 ହଜାର ପିଲା ପରୀକ୍ଷା ଦେଉଥିବା ସୂଚନା ମିଳିଛି । ୩୦ଟି ଜିଲ୍ଲାରେ ୫୭ଟି ସେଣ୍ଟର ହୋଇଥିବା ବେଳେ ରାଜ୍ୟ ବାହାରରେ ୩ କେନ୍ଦ୍ର ହୋଇଛି । କୋଲକାତା,ରାଞ୍ଚି, ପାଟନା ଏହି କେନ୍ଦ୍ର ଗୁଡିକ ହୋଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ
Last Updated : Sep 6, 2021, 12:18 PM IST