ଭୁବନେଶ୍ବର:ପ୍ରକାଶ ପାଇଲା ଚଳିତ ବର୍ଷର OJEE (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ରେଜଲ୍ଟ । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ବାହାରିଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି । www.ojee.nic.inରେ ରେଜଲ୍ଟ ଉପଲବ୍ଧ । ଚଳିତବର୍ଷ 57 ହଜାର 898 ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିବାବେଳେ 47 ହଜାର 761 ଜଣ ଛାତ୍ରଛାତ୍ରୀ ଯଥା 82 ପ୍ରତିଶତ ପରୀକ୍ଷା ଦେଇଥିଲେ । ସେଥିରୁ 47 ହଜାର 729 ପରୀକ୍ଷାର୍ଥୀଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ ଦିଆଯାଇଛି । ସମସ୍ତ କୃତି ପରୀକ୍ଷାର୍ଥୀ ପ୍ରଦର୍ଶନ ଅନୁଯାୟୀ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ପାଠ୍ୟକ୍ରମ ଆଡମିଶନ ନିମନ୍ତେ ojee councilingରେ ଅଂଶଗ୍ରହଣ କରିପାରିବେ । ଅଗଷ୍ଟ 10ରୁ କାଉନସିଲିଂ ଆରମ୍ଭ ହେବ ।
ଏମଟେକ୍ ସିଭିଲ ଇଂଜିନିୟରିଂରେ ସଂଜୀବ ପ୍ରଧାନ ଟପ୍ପର ହୋଇଛନ୍ତି । ଏମ୍.ଟେକ୍ ଇଲେକ୍ଟ୍ରିକାଲରେ ମିଥୁନ ଅଧିକାରୀ ଓ ମେକାନିକାଲରେ ରାଜନ ମହାପାତ୍ର ଟପ୍ପର ହୋଇଛନ୍ତି । ସେହିପରି MBAରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଓ ଏମସିଏରେ ଈଶାନ୍ତ କୁମାର ନାୟକ ଶୀର୍ଷରେ ରହିଛନ୍ତି । ବି.ଫାର୍ମରେ ଅରୂପ ପଣ୍ଡା ଟପ୍ପର ଓ ଏମ୍. ଫାର୍ମରେ ସଚିନ ନାୟକ, ଏମ୍.ଆର୍କରେ ସୃଷ୍ଟି ନଙ୍ଗାଲିଆ ଟପ୍ପର । ସ୍ପେଶାଲ ଓଜେଇଇ ପାଇଁ ଅଗଷ୍ଟ ପହିଲାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।