ଓଡିଶା

odisha

By

Published : Feb 8, 2021, 10:11 PM IST

ETV Bharat / city

ସଂସଦରେ ଓଡିଶା ପ୍ରସଙ୍ଗ: ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କଲେ ସାଂସଦ ପିନାକୀ ମିଶ୍ର

ଲୋକସଭାରେ ପୁଣି ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କରିଛନ୍ତି ସାଂସଦ ପିନାକୀ ମିଶ୍ର । ଏହାସହ ମହିଳାଙ୍କୁ 30 ପ୍ରତିଶତ ସଂରକ୍ଷଣ ଦାବି କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଅଧିକ ପଢନ୍ତୁ...

ସଂସଦରେ ଓଡିଶା ପ୍ରସଙ୍ଗ: ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କଲେ ସାଂସଦ ପିନାକୀ ମିଶ୍ର
ସଂସଦରେ ଓଡିଶା ପ୍ରସଙ୍ଗ: ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କଲେ ସାଂସଦ ପିନାକୀ ମିଶ୍ର

ନୂଆଦିଲ୍ଲୀ: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ଚର୍ଚ୍ଚା ସମୟରେ ଓଡିଶାର ଅନେକ ପ୍ରସଂଗ ଉପରେ ମତ ରଖିଛନ୍ତି ବିଜେଡି ସାଂସଦ ପିନାକୀ ମଶ୍ର । ରାଜ୍ୟ ସରକାର କୋଭିଡ ଯୋଦ୍ଧାଙ୍କୁ କେନ୍ଦ୍ର ସହାୟତା ଛଡା ୫୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ ଦେବାକୁ ଘୋଷଣା କରିଥିଲେ । ତେବେ କେନ୍ଦ୍ର ସରକାର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁସରଣ କରନ୍ତୁ ବୋଲି ବୋଲି କହିଛନ୍ତି ସାଂସଦ ପିନାକୀ ମିଶ୍ର ।

ସାଂସଦ ମିଶ୍ର କହିଛନ୍ତି ଦେଶରେ ଜାରି ରହିଥିବା ବିଶ୍ବର ସର୍ବବୃହତ ମେଗା ଟୀକାକରଣ ଅଭିଯାନ ଗର୍ବର ବିଷୟ । ତେବେ ଏହି ଟୀକାକରଣ ଅଭିଯାନରେ ଓଡିଶା ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା 58 ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇସାରିଲାଣି । ଏହା ଦେଶରେ ସର୍ବାଧିକ ବୋଲି ସେ କହିଛନ୍ତି । ପିନାକୀ କହିଛନ୍ତି, ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ଇନଫ୍ରାଷ୍ଟ୍ରକଚର ଦିଗରେ ସରକାର ଗୁରୁତ୍ବ ଦେବା ଦରକାର । ଓଡିଶାରେ ଆଉ ଏକ ଏମ୍ସର ମଧ୍ୟ ସେ ଦାବି କରିଛନ୍ତି । ମିଶ୍ର କହିଛନ୍ତି ମହାମାରୀ ସମୟରେ ଓଡିଶା ପ୍ରଥମ ରାଜ୍ୟ ଭାବରେ ସମସ୍ତ ଜିଲ୍ଲାରେ କୋଭିଡ ହସ୍ପିଟାଲ ଖୋଲିଥିଲା ।

ବିଜେଡି ସାଂସଦ କହିଛନ୍ତି ଅଧିକରୁ ଅଧିକ ଟୀକାକରଣ କରିବାର ଆବଶ୍ୟକତା ରହିଛି । ଅନେକ ବିଶ୍ବ ନେତା କୋରୋନା ଟିକା ନେଇସାରିଥିବା ବେଳେ ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ବଡ ବଡ ବ୍ୟକ୍ତି ବିଶେଷଙ୍କୁ କୋରୋନା ଟିକା ଖୁବ ଶୀଘ୍ର ଦେବାକୁ ଦାବି କରିଛନ୍ତି ସାଂସଦ ମିଶ୍ର ।

ରାଷ୍ଟ୍ରପତିଙ୍କ ନିଜ ଅଭିଭାଷଣ ସମୟରେ କହିଥିଲେ ଯେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ବୟ ଗଣତନ୍ତ୍ରକୁ ସୁଦୃଢ କରିବ । ତେବେ ଏହି ବିଷୟରେ ପିନାକୀ ମିଶ୍ର କହିଛନ୍ତି, ବିଜୁ ଜନତା ଦଳ ସର୍ବଦା ସଂସଦରେ ହେଉଥିବା ଗଣତାନ୍ତ୍ରିକ ଆଲୋଚନାରେ ଭାଗ ନେଇଥାଏ ।

ଅନ୍ୟପକ୍ଷେ ଦିଲ୍ଲୀ ହିଂସାକୁ ନିନ୍ଦା କରିଛନ୍ତି ସାଂସଦ ପିନାକୀ ମିଶ୍ର । ଏଥିପ୍ରତି ସରକାର ଦୃଢ ପଦକ୍ଷେପ ନେବା ସହ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ସେ କହିଛନ୍ତି । କେବଳ ଏତିକି ନୁହେଁ ରାଜ୍ୟ ବିଧାନସଭାରେ ପାରିତ ସ୍ବାମିନାଥନ କମିଶନ ସଂକଳ୍ପପତ୍ରକୁ କେନ୍ଦ୍ର ସରକାର ଲାଗୁ କରନ୍ତୁ ବୋଲି ମିଶ୍ର କହିଛନ୍ତି ।

ଲୋକସଭାରେ ପୁଣି ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କରିଛନ୍ତି ସାଂସଦ ପିନାକୀ ମିଶ୍ର । ଏହାସହ ମହିଳାଙ୍କୁ 30 ପ୍ରତିଶତ ସଂରକ୍ଷଣ ଦାବି କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।

ABOUT THE AUTHOR

...view details