ଓଡିଶା

odisha

By

Published : Sep 24, 2021, 12:04 PM IST

Updated : Sep 24, 2021, 12:51 PM IST

ETV Bharat / city

ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର, ଦେଶର ୧୦୦ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ମିଳିବ ସୁଯୋଗ

କେନ୍ଦ୍ର ପର୍ଯ୍ୟଟନ ତାଲିକାରେ ଓଡ଼ିଶାର ତିନୋଟି ସ୍ଥାନ ରହିଛି । ଜାତୀୟ ଶିକ୍ଷା ନୀତି-2020 ଅନ୍ତର୍ଗତ 'ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ' ଅଧିନରେ ଦେଶର ୧୦୦ ପର୍ଯ୍ୟଟନସ୍ଥଳୀ ବୁଲିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଦେଶର ୧୦୦ଟି ପର୍ଯ୍ୟଟନସ୍ଥଳୀ ବୁଲିବେ ଛାତ୍ରଛାତ୍ରୀ , ୟୁଜିସି ପକ୍ଷରୁ କୂଳପତିଙ୍କୁ ଚିଠି
ଦେଶର ୧୦୦ଟି ପର୍ଯ୍ୟଟନସ୍ଥଳୀ ବୁଲିବେ ଛାତ୍ରଛାତ୍ରୀ , ୟୁଜିସି ପକ୍ଷରୁ କୂଳପତିଙ୍କୁ ଚିଠି

ଭୁବନେଶ୍ବର:କେନ୍ଦ୍ର ପର୍ଯ୍ୟଟନ ତାଲିକାରେ ଓଡ଼ିଶାର ତିନୋଟି ସ୍ଥାନ ରହିଛି । କେନ୍ଦ୍ରର ୧୦୦ ଟି ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଓଡ଼ିଶାର ଚିଲିକା, କୋଣାର୍କ, ଖଣ୍ଡଗିରି- ଉଦୟଗିରି ଗୁମ୍ଫାକୁ କେନ୍ଦ୍ର ପର୍ଯ୍ୟଟନସ୍ଥଳୀ ତାଲିକାରେ ରହିଛି ।

ଦେଶର ୧୦୦ଟି ପର୍ଯ୍ୟଟନସ୍ଥଳୀ ବୁଲିବେ ଛାତ୍ରଛାତ୍ରୀ , ୟୁଜିସି ପକ୍ଷରୁ କୂଳପତିଙ୍କୁ ଚିଠି

ସେହିପରି ଜାତୀୟ ଶିକ୍ଷା ନୀତି 2019-2020 ଅନ୍ତର୍ଗତ 'ଏକ ଭାରତ ଶ୍ରେଷ୍ଠ ଭାରତ ଶ୍ରେଷ୍ଠ ଭାରତ' କାର୍ଯ୍ୟକ୍ରମକୁ ସୁଦୃଢ ଓ ପ୍ରଚାର କରିବା ସହ ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଅଧିନରେ ଦେଶର ୧୦୦ ପର୍ଯ୍ୟଟନସ୍ଥଳୀ ବୁଲିବେ ଛାତ୍ରଛାତ୍ରୀ । ଏହା ଦ୍ବାରା ଛାତ୍ରଛାତ୍ରୀମାନେ ଦେଶର ସଂସ୍କୃତି ଓ ଇତିହାସ ସମ୍ୱନ୍ଧରେ ଅବଗତ ହୋଇପାରିବେ।ଏନେଇ ୟୁଜିସି ପକ୍ଷରୁ କୁଳପତିଙ୍କୁ ଚିଠି ଲେଖାଯାଇଛି । କୋରୋନା କଟକଣା ସମ୍ପୂର୍ଣ୍ଣ ଭାବେ ଉଠିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଦିଗରେ ପଦକ୍ଷେପ ନେଇପାରିବେ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 24, 2021, 12:51 PM IST

ABOUT THE AUTHOR

...view details