ଭୁବନେଶ୍ବର: ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏକକ ପିଜି ପ୍ରବେଶିକା ପରୀକ୍ଷା କରାଇବାକୁ ଯାଉଛି । ଯାହାକି ଆସନ୍ତା 12 ତାରିଖରୁ 22 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଶୁକ୍ରବାର ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଓ ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।
ରାଜ୍ୟର ଛାତ୍ରଛାତ୍ରୀ ବିଶେଷ କରି ଦୂର ଦୁରାନ୍ତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୂର କରିବା ଉଦ୍ଦେଶ୍ୟରେ 68ଟି ବିଶ୍ୱବିଦ୍ୟାଳୟ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ଥିବା ମହାବିଦ୍ୟାଳୟ ମାନଙ୍କରେ ନାମ ଲେଖା ପ୍ରତି ଅନୁଷ୍ଠାନ ପକ୍ଷରୁ ପ୍ରବେଶିକା ପରୀକ୍ଷା ବଦଳରେ "ସାମସ" ମାଧ୍ୟମରେ ଏହି ପରୀକ୍ଷା କରାଯିବ ।
ଏହି ପରୀକ୍ଷା ରାଜ୍ୟର 26 ଟି କେନ୍ଦ୍ରରେ ଅନୁଷ୍ଠିତ ହେବ । ସମୁଦାୟ 14700 ଟି ସିଟ ପାଇଁ 83 ଟି ପିଜି ବିଷୟରେ ଏହି ପରୀକ୍ଷା 90 ମିନିଟର ଅବଧି ମଧ୍ୟରେ ଅନୁଷ୍ଠିତ ହେବ । ଓ.ଏମ.ଆର ସିଟ ରେ 70 ଟି ମଲ୍ଟିପୁଲ ଚଏସ ପ୍ରଶ୍ନ ଏଥିରେ ରହିବ । ପ୍ରତ୍ୟେକ ଦିନ 3ଟି ସିଟିଂ ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ପରୀକ୍ଷା ସୂଚୀ ଓ ମାର୍ଗ ଦର୍ଶିକା "ସାମସ" ୱେବ ସାଇଟରେ ଉପଲବ୍ଧ କରାଯାଇଛି ।