ଓଡିଶା

odisha

ETV Bharat / city

ହେନ୍ତାଳବନ ଅଭିବୃଦ୍ଧିରେ ଓଡ଼ିଶା ପ୍ରଥମ - ଓଡିଶାରେ ହେନ୍ତାଳବନ ଅଭିବୃଦ୍ଧି

୨୦୧୯-୨୦ ବର୍ଷରେ ଓଡ଼ିଶାରେ ୫୩୭.୪୪ ବର୍ଗ କିଲୋମିଟର ଜଙ୍ଗଲ ଅଭିବୃଦ୍ଧି ଘଟିଥିବା ତଥ୍ୟରୁ ପ୍ରକାଶ । ଅଧିକ ପଢନ୍ତୁ

ହେନ୍ତାଳବନ ଅଭିବୃଦ୍ଧିରେ ଓଡ଼ିଶା ପ୍ରଥମ
ହେନ୍ତାଳବନ ଅଭିବୃଦ୍ଧିରେ ଓଡ଼ିଶା ପ୍ରଥମ

By

Published : Jan 13, 2022, 10:34 PM IST

ଭୁବନେଶ୍ବର: ୨୦୧୯-୨୦ ବର୍ଷରେ ଓଡ଼ିଶାରେ ୫୩୭.୪୪ ବର୍ଗ କିଲୋମିଟର ଜଙ୍ଗଲ ଅଭିବୃଦ୍ଧି ଘଟିଛି । ଯାହାକି ଭାରତ ବର୍ଷରେ ତୃତୀୟ ସ୍ଥାନରେ ରହିଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଡେରାଡୁନ୍‌ ସ୍ୱୟଂଶାସିତ ସଂସ୍ଥା ଭାରତୀୟ ଜଙ୍ଗଲ ସର୍ବେକ୍ଷଣ କରାଯାଇଛି । ଭାରତୀୟ ରାଜ୍ୟ ସମୂହ ଜଙ୍ଗଲ ରିପୋର୍ଟ ୨୦୨୧ ଆଜି(ଗୁରୁବାର) ନୂଆଦିଲ୍ଲୀରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଉନ୍ମୋଚନ କରିଛନ୍ତି ।

ପ୍ରତି ଦୁଇବର୍ଷରେ ଥରେ ଭାରତର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେଉଥିବା ଏହି ସର୍ବେକ୍ଷଣ ଅନୁଯାୟୀ ବିଗତ ଦୁଇ ବର୍ଷ ମଧ୍ୟରେ ହେନ୍ତାଳବନ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଆହୁରି ମଧ୍ୟ ଜଙ୍ଗଲ ଅଭିବୃଦ୍ଧି ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭାରତବର୍ଷର ଶ୍ରେଷ୍ଠ ତିନୋଟି ସ୍ଥାନ ମଧ୍ୟରେ ରହିଛି । ଓଡ଼ିଶାର ସମୁଦାୟ ଭୌଗୋଳିକ ଅଞ୍ଚଳ ମଧ୍ୟରୁ ୩୩.୫୦ ପ୍ରତିଶତ ଜଙ୍ଗଲ ଆଚ୍ଛାଦିତ । ଏକ-ତୃତୀୟାଂଶ ଅଞ୍ଚଳ ଜଙ୍ଗଲ ଓ ବୃକ୍ଷଲତାରେ ପରିପୂର୍ଣ୍ଣ ଯୋଗୁଁ ଓଡ଼ିଶା ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିପାରିଛି ।

୨୦୧୭-୧୮ ବର୍ଷରେ ରାଜ୍ୟରେ ଜଙ୍ଗଲ ଅଭିବୃଦ୍ଧି ୨୩୭ ବର୍ଗ କିଲୋମିଟର ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ପାଖାପାଖି ଦୁଇଗୁଣା ଅଭିବୃଦ୍ଧି ଘଟିଛି । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୩ଟି ଜିଲ୍ଲାର ବନାଞ୍ଚଳରେ ଅଭିବୃଦ୍ଧି ଘଟିଛି । ଗଜପତି, ଗଞ୍ଜାମ, ପୁରୀ, କୋରାପୁଟ, ସମ୍ବଲପୁର, ସୁବର୍ଣ୍ଣପୁର, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ବିଗତ ଦୁଇବର୍ଷ ମଧ୍ୟରେ ଅଧିକ ପରିମାଣରେ ବନାଞ୍ଚଳରେ ଅଭିବୃଦ୍ଧି ଘଟିଛି । ରାଜ୍ୟରେ ବିଗତ ଦୁଇବର୍ଷ ମଧ୍ୟରେ ପ୍ରାୟ ୨୪୩ ବର୍ଗ କିଲୋମିଟର ମଧ୍ୟମ ଧରଣର ଜଙ୍ଗଲ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି ।

ଆହୁରି ମଧ୍ୟ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ, ଓଡ଼ିଶାରେ ୧୧୩୪ ବର୍ଗ କିଲୋମିଟର ଅଣଜଙ୍ଗଲ ଅଞ୍ଚଳରେ ବର୍ତ୍ତମାନ ଆଖିଦୃଶିଆ ବନାଞ୍ଚଳ ସୃଷ୍ଟି ହୋଇଛି । ଭାରତବର୍ଷର ବୃକ୍ଷଲତା ଏବଂ ଜଙ୍ଗଲରୁ ସୃଷ୍ଟି ହେଉଥିବା ସମୁଦାୟ କାର୍ବନ ପରିମାଣର ୬.୧୭ ପ୍ରତିଶତ ଓଡ଼ିଶାରୁ ସୃଷ୍ଟି ହେଉଛି । ରାଜ୍ୟ ସରକାରଙ୍କ ଯୁଗ୍ମ ଜଙ୍ଗଲ ପରିଚାଳନା ପଦକ୍ଷେପ ସହିତ ସବୁଜ ମିଶନ, ସବଜୁ ମହାନଦୀବମିଶନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକ୍ରମ, ଜିଲ୍ଲା ଖଣିଜ ପାଣ୍ଠି, ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ଏବଂ ଅନ୍ୟାନ୍ୟ ସଂସ୍ଥାଙ୍କ ନିରବଚ୍ଛିନ୍ନ ଉଦ୍ୟମର ଫଳ ସ୍ୱରୂପ ରାଜ୍ୟରେ ଆଜି ଏହା ସମ୍ଭବ ହୋଇପାରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details