ଭୁବନେଶ୍ବର: ଆଉ 14 ବର୍ଷ ପରେ ଓଡିଶା ପ୍ରଦେଶ ଗଠନର 100 ବର୍ଷ ପୂରଣ ହେବ । ରାଜ୍ୟ ଏବେ ଗୋଟିଏ ମନ, ଗୋଟିଏ ପ୍ରାଣ ହୋଇ ଗୋଟିଏ ଲକ୍ଷ୍ୟରେ ଆଗକୁ ବଢ଼ୁଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । 2036 ମସିହା ମଧ୍ୟରେ ଓଡିଶା ଶ୍ରେଷ୍ଠ ରାଜ୍ୟ ଭାବେ ପୁରା ଦେଶକୁ ମାର୍ଗ ଦର୍ଶନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଭାଗିରଥି ସେଠୀ ।
ଭାଗିରଥି କହିଛନ୍ତି ଯେ, ଦୃଢ ନେତୄତ୍ବ, ସ୍ଥିର ସରକାର, ପ୍ରଗତିଶୀଳ ଅର୍ଥନୀତିରେ ଓଡିଶା ସାରା ଭାରତବର୍ଷର ଦୃଷ୍ଟି ଆକର୍ଷଣ କରିଛି । ଏହି କ୍ଷେତ୍ରକୁ ଦେଖାଗଲେ ଭିତ୍ତିଭୂମି ବିକାଶ, କୃଷି କ୍ଷେତ୍ର, ଶିଳ୍ପ, ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରତିଟି କ୍ଷେତ୍ରରେ ଓଡିଶା ବିଶ୍ବର ଦୃଷ୍ଟି ଆକର୍ଷଣ କରିବ । ଏହି ପ୍ରକ୍ରିୟା ଭିତରେ ଓଡିଶା ଗତି କରୁଛି । ଆଜିର ଦିନରେ ଦେଖିଲେ ଅନେକ କ୍ଷେତ୍ରରେ ଓଡିଶା ଭାରତର ଅନ୍ୟ ରାଜ୍ୟ ତୁଳନାରେ ନିଜ ଦକ୍ଷତା ପ୍ରତିପାଦିତ କରିଛି ।