ଓଡିଶା

odisha

ETV Bharat / city

ଓବିସି ସଂରକ୍ଷଣ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ଅବହେଳିତ: ବିଜେପି - ଦଳ ପାଇଁ ରାଜ୍ୟକୁ ଅବହେଳା କରୁଛି ବିଜେଡି

ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବହେଳକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ବିଜେଡି । ୧୦ଟି ଜିଲ୍ଲା ଜିଲ୍ଲା ପରିଷଦ ଆସନରେ କୌଣସି ସଂରକ୍ଷଣ କାହିଁକି ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । ଅଧିକ ପଢ଼ନ୍ତୁ

ଓବିସି ସଂରକ୍ଷଣ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ଅବହେଳିତ: ବିଜେପି
ଓବିସି ସଂରକ୍ଷଣ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ଅବହେଳିତ: ବିଜେପି

By

Published : Dec 26, 2021, 4:56 PM IST

Updated : Dec 26, 2021, 5:25 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବହେଳାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ବିଜେଡି । ୧୦ଟି ଜିଲ୍ଲା ଜିଲ୍ଲା ପରିଷଦ ଆସନରେ କୌଣସି ସଂରକ୍ଷଣ କାହିଁକି ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । ଖାଲି ସେତିକି ନୁହେଁ ମଣ୍ଡି ସମସ୍ୟା ଓ ମମିତା ମେହେର ହତ୍ୟାକାଣ୍ଡ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଳାହାଣ୍ଡି ସାଂସଦ ଓ ରାଜ୍ୟ ବିଜେପି ସହ ପ୍ରଭାରୀ ।

ଓବିସି ସଂରକ୍ଷଣ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ଅବହେଳିତ: ବିଜେପି

ରାଜ୍ୟ ସରକାରଙ୍କ ଅବହେଳା ନୀତି ଯୋଗୁଁ ଏବେ ଚାଷୀ କାନ୍ଦୁଥିବା ଅଭିଯୋଗ ହୋଇଛି । ମଣ୍ଡିରେ ଧାନ ବିକ୍ରି କରିନପାରି ହତାଶ ହୋଇ ବସିଛନ୍ତି ଚାଷୀ । ମମିତା ମେହେର ପରିବାରକୁ ଏଯାଏଁ ନ୍ୟାୟ ଦେଇ ପାରିଲେନି ସରକାର । ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଥିବା ନେଇ ବିଜେପି ଅଭିଯୋଗ ଆଣିଛି । ବିଜେଡି ଶାସନରେ ରାଜ୍ୟ ଅବହେଳିତ ଅବସ୍ଥାରେ ରହିଥିବା ବିଜେପି ଅଭିଯୋଗ କରିଛି । ବିଜେଡି ଏବେ ରାଜ୍ୟ ସ୍ୱାର୍ଥଠାରୁ ଦଳୀୟ ସ୍ୱାର୍ଥକୁ ଅଧିକ ଦେଖୁଥିବା ନେଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ତୋମାର ଅଭିଯୋଗ କରିଛନ୍ତି ।

ଓଡ଼ିଶାରେ ୫୦ ପ୍ରତିଶତରୁ ଅଧିକ ଓବିସି ଲୋକ ଅଛନ୍ତି । ତେବେ ଓବିସିଙ୍କ ପାଇଁ ରାଜ୍ୟ ସରକାର କେବଳ ୪୦ ପ୍ରତିଶତ ସରଂକ୍ଷଣ କାହିଁକି ଦେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବିଜେଡିକୁ ଜବାବ ମାଗିଛି ବିଜେପି । ସେପଟେ ପଞ୍ଚାୟତ ନିର୍ବାଚନକୁ ନେଇ ମଧ୍ୟ ବିଜେପି ପ୍ରତିକ୍ରିୟା ରଖିଛି । ଦଳ ଆବଶ୍ୟକତା ଅନୁସାରେ ନିଜର ପ୍ରାର୍ଥୀ ଦେବ । ନିର୍ବାଚନରେ ବିଜୟ ଲାଭ ପାଇଁ ବିଜେପି ଜୋରଦାର ଲଢ଼େଇ କରିବ ବୋଲି କହିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ତୋମାର ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Dec 26, 2021, 5:25 PM IST

ABOUT THE AUTHOR

...view details