ଓଡିଶା

odisha

ETV Bharat / city

ଆସିଲା ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସ, ବୃହତ ରାଜ୍ୟ ବର୍ଗରେ 4ର୍ଥ ସ୍ଥାନରେ ଓଡିଶା - union health minister

ଭାରତୀୟ ଖାଦ୍ୟ ସୁରକ୍ଷା ଓ ପ୍ରାଧିକରଣର ୨୦୨୦-୨୧ ବର୍ଷ ପାଇଁ ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସରେ ଓଡିଶାକୁ 4ର୍ଥ ସ୍ଥାନ । ଗତବର୍ଷ 13ତମ ସ୍ଥାନରେ ଥିଲା ରାଜ୍ୟ । ଅଧିକ ପଢନ୍ତୁ....

ଆସିଲା ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସ,  ବୃହତ ରାଜ୍ୟ ବର୍ଗରେ 4ର୍ଥ ସ୍ଥାନରେ ଓଡିଶା
ଆସିଲା ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସ, ବୃହତ ରାଜ୍ୟ ବର୍ଗରେ 4ର୍ଥ ସ୍ଥାନରେ ଓଡିଶା

By

Published : Sep 22, 2021, 9:30 PM IST

ଭୁବନେଶ୍ବର: ଭାରତୀୟ ଖାଦ୍ୟ ସୁରକ୍ଷା ଓ ପ୍ରାଧିକରଣ (fssai)ଦ୍ବାରା ୨୦୨୦-୨୧ ବର୍ଷ ପାଇଁ ଖାଜ୍ୟ ସୁରକ୍ଷା ଇଣ୍ଡେକ୍ସ ଜାରି ହୋଇଛି । ଏହି ଇଣ୍ଡେକ୍ସରେ ବୃହତ ରାଜ୍ୟ ବର୍ଗରେ 4ର୍ଥ ସ୍ଥାନର ରହିଛି ଓଡିଶା । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଦ୍ବାରା ଜାରି କରାଯାଇଥିବା ତାଲିକାରେ ଓଡିଶା ପୂର୍ବବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । 5ଟି ମାନଦଣ୍ଡକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହେଉଥିବାବେଳେ ଆଗାମୀ ଦିନରେ ଆହୁରି ସକ୍ରିୟ ଭାବରେ ଖାଦ୍ୟର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ରାଜ୍ୟ ଖାଦ୍ୟ ନିରାପତ୍ତା ବୋର୍ଡ ନିର୍ଦ୍ଦେଶକ ଡା.ପି କେ ମହାପାତ୍ର ।

ଡା. ମହାପାତ୍ର କହିଛନ୍ତି, ରାଜ୍ୟରବାସୀଙ୍କ ପାଖରେ ପହଞ୍ଚୁଥିବା ଖାଦ୍ୟର ମାନ ଏବଂ ଗୁଣବତ୍ତା ବଜାୟ ରହିବା ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ବ ଦେଉଛନ୍ତି । ଏହାର ପ୍ରଭାବ ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସ ତାଲିକା ଉପରେ ଦେଖିବାକୁ ମିଳିଛି । ବିଗତ ବର୍ଷରେ ଓଡିଶା ୧୩ ନମ୍ବର ସ୍ଥାନରେ ଥିବାବେଳେ ଏଥର 4 ନମ୍ବର ସ୍ଥାନକୁ ଉନ୍ନିତ ହୋଇଛି ।

ଆସିଲା ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସ, ବୃହତ ରାଜ୍ୟ ବର୍ଗରେ 4ର୍ଥ ସ୍ଥାନରେ ଓଡିଶା

ରାଜ୍ୟ ସ୍ତରରେ ମିଳୁଥିବା ବିଭିନ୍ନ ପ୍ରକାର ଖାଦ୍ୟର ଗୁଣବତ୍ତା, ମାନ ସହ ଏହାର ସ୍ବାସ୍ଥ୍ୟପୋଯୋଗୀତାକୁ ଅନୁଧାନ କରି fssai ଗତ 3 ବର୍ଷ ଧରି ଫୁଡ ସେଫ୍ଟି ଇଣ୍ଡେକ୍ସ ପ୍ରସ୍ତୁତ କରି ଆସୁଛି । ଖାଦ୍ୟ ସୁରକ୍ଷା, ମାନବ ସମ୍ବଳ ଏବଂ ସଂସ୍ଥାଗତ ସଂଖ୍ୟା, ଖାଦ୍ୟ ପରୀକ୍ଷଣ ସୁବିଧା, ପ୍ରଶିକ୍ଷଣ ଏବଂ ଉପଭୋକ୍ତା ସଶକ୍ତିକରଣକୁ ମାନଦଣ୍ଡ ଆଧାର କରି ଏହି ଇଣ୍ଡେକ୍ସ ପ୍ରସ୍ତୁତ ହୋଇଥାଏ ।

ସେହିପରି ରାଜଧାନୀର ସାଇ ମନ୍ଦିର, ଶନି ମନ୍ଦିର, କାଳି ମନ୍ଦିର ପ୍ରସାଦର ଯାଞ୍ଚ କରି fssai ପକ୍ଷରୁ ମଧ୍ୟ ସାର୍ଟିଫିକେଟ ଦିଆଯାଇଛି । ଭୋଗ ବା ପ୍ରସାଦ କେମିତି ସୁରକ୍ଷିତ ହେବ ଏନେଇ ବି କାର୍ଯ୍ୟ ହେଉଛି । ଆଗାମୀ ଦିନରେ ରାସ୍ତାକଡରେ ବିକ୍ରି ହେଉଥିବା ଖାଦ୍ୟ ସହ ତେଲ ଛଣା ଖାଦ୍ୟର ଗୁଣବତ୍ତା ଉପରେ ତଦାରଖ ହେବ ବୋଲି କହିଛନ୍ତି ରାଜ୍ୟ ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ଡାକ୍ତର ପି.କେ ମହାପାତ୍ର ।

୨୦୨୦-୨୧ ବର୍ଷ ପାଇଁ ଜାରି ତାଲିକାରେ ଓଡିଶା ୪ ନମ୍ବରରେ ଥିବାବେଳେ ଗୁଜୁରାଟ, କେରଳ ଏବଂ ତାମିଲନାଡୁ ଯଥାକ୍ରମେ ପ୍ରଥମ 3 ସ୍ଥାନ ଅଧିକାର କରିଛନ୍ତି । ଗତ ଦେଢବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ନକଲି କାରଖାନା ସହ ନକଲି ଖାଦ୍ୟ ପଦାର୍ଥ ଜବତ କରିଥିଲା । ରାଜ୍ୟରେ ମୋଟ ୮୭୭ଟି ସ୍ଥାନରେ ନୀରିକ୍ଷଣ କରି ୪୨୨୯ ନମୁନା ସଂଗ୍ରହ ହୋଇଥିଲା । ସେଥିମଧ୍ୟରୁ ୩୪୧୯ ଟି ନମୁନା ପରୀକ୍ଷା ହୋଇଥିଲା ବୋଲି ସୂଚନା ଦେଇଛନ୍ତି ପିକେ ମହାପାତ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details