ଓଡିଶା

odisha

ETV Bharat / city

ଜିରୋ ନାଇଟ ପାଇଁ ଓଡିଶା ରେଡି - ରାଉରକେଲା

ସାରା ରାଜ୍ୟରେ ଜିରୋ ନାଇଟ ପାଳନ ପାଇଁ ଜୋରଦାର ପ୍ରସ୍ତୁତି। ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କଡା ନଜର। ଅଧିକ ପଢନ୍ତୁ...

new year celebration in odisha, odisha celebrates zero night, welcome new year 2020, ଜିରୋ ନାଇଟ ପାଇଁ ଓଡିଶା ରେଡି, ଓଡିଶାରେ ଜିରୋ ନାଇଟ ପ୍ରସ୍ତୁତି, ସମ୍ବଲପୁର, ରାଉରକେଲା, କେନ୍ଦୁଝର
ଜିରୋ ନାଇଟ ପାଇଁ ଓଡିଶା ରେଡି

By

Published : Dec 31, 2019, 10:06 PM IST

ଭୁବନେଶ୍ବର: ଆଉ କିଛି ଘଣ୍ଟା ପରେ ଶେଷ ହେବ ବର୍ଷ 2019। ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସାରା ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଉତ୍ସାହିତ ଅଛନ୍ତି ଲୋକେ।

ସମ୍ବଲପୁର
ସମ୍ବଲପୁରରେ ଜିରୋ ନାଇଟ ପାଳନ ହେଉଛି ବିଭିନ୍ନ କ୍ଲବ ଓ ହୋଟେଲରେ। ଏଥିପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ସନ୍ଧ୍ୟା 6ଟାରୁ ରାତ୍ରି ଗୋଟାଏ ପର୍ଯ୍ୟନ୍ତ ସହରର ପ୍ରମୁଖ ଛକ ଓ ଗଳିରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ଯେପରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସମ୍ବଲପୁର ସହରର ପ୍ରମୁଖ ଛକରେ ମୁତୟନ ହେବେ 3 ପ୍ଲାଟୁନ ଷ୍ଟେଟିକ ଗାର୍ଡ। 10ଟି ମୋଟର ସାଇକେଲ ପିସିଆର ଓ 6ଟି ପିସିଆର ଭ୍ୟାନ୍ ରାତି ସାରା ପଇଁତରା ମାରିବ। ମହିଳାଙ୍କ ସୁରକ୍ଷା ପାଇଁ 2ଟି ଲେଖାଏଁ ମହିଳା ପୋଲିସ ଥିବା ପିସିଆର ଭ୍ୟାନ ଓ ମୋଟର ସାଇକେଲ ପିସିଆର ସ୍ବତନ୍ତ୍ର ଭାବେ ସହର ସାରା ପାଟ୍ରୋଲିଂ କରିବେ। ସମ୍ବଲପୁର ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜଣେ ଅତିରିକ୍ତ ଏସପି, ଜଣେ ଏସଡିପିଓ ଓ ଜଣେ ଡିଏସପି ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ।

ସମ୍ବଲପୁରର କଚେରୀ ଛକ ନିକଟରେ ଥିବା ମହାନଦୀ କ୍ଲବରେ ପ୍ରତି ବର୍ଷ ପରି ଏଥର ମଧ୍ୟ ଜିରୋ ନାଇଟ ପାଇଁ ପ୍ରସ୍ତୁତି ସରିଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଏଥର ଏହି କାର୍ଯ୍ୟକ୍ରମରେ କୋଲକାତାରୁ ଆସୁଛନ୍ତି ନାମୀଦାମୀ କଳାକାର । ଏହି କଳାକାରଙ୍କ ନାଚଗୀତରେ ଲୋକେ ମତୁଆଲା ହେବାକୁ ପ୍ରସ୍ତୁତ ହୋଇ ଅଛନ୍ତି।

ଜିରୋ ନାଇଟ ପାଇଁ ଓଡିଶା ରେଡି

କେନ୍ଦୁଝର
ସେପଟେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ହୋଇଛି ଜିରୋ ନାଇଟ ପାଳିବା ପାଇଁ ପ୍ରସ୍ତୁତି । କାଳୀ ପଡିଆରେ ତଥା ମାଇନିଂ ଛକରେ ବ୍ୟାପକ ଆୟୋଜନ କରାଯାଇଛି । କାଳି ପଡିଆ ଠାରେ 2019କୁ ବିଦାୟ ଦେବା ସହ ଅଗନ୍ତୁକ 2020କୁ ସ୍ବାଗତ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ରାମ୍ପ ସୋ, ସମ୍ବଲପୁରୀ ନୃତ୍ୟ ତଥା ଆଧୁନିକ ଡିଜେର ତାଳେ ତାଳେ ଝୁମିବା ପାଇଁ ବ୍ୟବସ୍ତା କରାଯାଇଛି। ଏହା ସାଙ୍ଗକୁ ଖାଦ୍ୟର ମଜା ନେଇ ବେଶ ଉପଭୋଗ କରିବେ ଦର୍ଶକ। କେନ୍ଦୁଝରରେ ଚଳିତ ଥର ପ୍ରଚଣ୍ଡ ଶୀତ କିଛି ମାତ୍ରାରେ ବାଧକ ହୋଇ ପାରେ ବୋଲି ଚିନ୍ତା କରାଯାଉଥିବା ବେଳେ ଯୁବପିଢ଼ି ଏହାକୁ ପଛରେ ପକାଇ ଜିରୋ ନାଇଟ ପାଳନ କରିବାକୁ ଅଣ୍ଟା ଭିଡିଛନ୍ତି । ଏଥିରେ ଓଲିଉଡ କଳାକାରଙ୍କ ଯୋଗଦାନ କାର୍ଯ୍ୟକ୍ରମକୁ ଆହୁରି ଆକର୍ଷିତ କରିପାରିଛି।

ରାଉରକେଲା
ରାଉକେଲାରେ ମଧ୍ୟ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ବିଭିନ୍ନ ହୋଟେଲ ତଥା କ୍ଲବରେ ପ୍ରସ୍ତୁତି ହୋଇଛି। ଅଗ୍ନିଶମ ବିଭାଗର ଦୁଇଟି ଟିମ ଗଠନ କରାଯାଇ ନୂଆବର୍ଷ ପାଳନ ହେବାକୁ ଥିବା ହୋଟେଲ ଓ କ୍ଲବରେ ଅଗ୍ନି ନିରପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ହୋଟେଲ ଗୁଡିକରେ ସବୁ ପ୍ରକାର ସୁରକ୍ଷାର ପଦକ୍ଷେପ ଗ୍ରହଣ କରାଯାଇଛି କି ନାହିଁ ତାହା ଦେଖିଥିଲେ ଅଗ୍ନିଶମ ଟିମ। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details