ଓଡିଶା

odisha

ଦିଲ୍ଲୀ ପୋଲିସ ସମର୍ଥନରେ ଓଡିଶା ଆଇପିଏସ ସଂଘ

By

Published : Nov 6, 2019, 8:19 AM IST

ପୋଲିସ-ଓକିଲ ବିବାଦ ଘଟଣାକୁ ନେଇ ଏବେ ସାରା ଦେଶରେ ବଢୁଛି ଅସନ୍ତୋଷ । ଆଜି ଏହି ଘଟଣାର ଶୁଣାଣି ଥିବାବେଳେ ଦିଲ୍ଲୀ ପୋଲିସକୁ ସାରା ଦେଶରୁ ମିଳୁଛି ସମର୍ଥନ ।

ଫାଇଲ ଫଟୋ

ଭୁବନେଶ୍ବର: ଦିଲ୍ଲୀ ପୋଲିସକୁ ସମର୍ଥନ କଲା ଓଡିଶା ଆଇପିଏସ ଅଫିସର ଆସୋସିଏସନ । ଦିଲ୍ଲୀ ପୋଲିସକୁ ଓକିଲଙ୍କ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ଓଡିଶା ସଂଘ । ଆଇପିଏସ ଆସୋସିଏସନ ଏନେଇ ଦିଲ୍ଲୀ ପୋଲିସକୁ ସମର୍ଥନ ଦେବାସହ ଘଟଣାର ଦୃଢ ନିନ୍ଦା କରିଛି । ଏକ ଚିଠି ମାଧ୍ୟମରେ ସଂଘ ନିଜ ସମର୍ଥନ ବ୍ୟକ୍ତ କରିବା ସହ ଏଭଳି ସମ୍ବେଦନଶୀଳ ଘଟଣାର ଉଚ୍ଚିତ ତଦନ୍ତ କରି ପଦକ୍ଷେପ ନେବାକୁ ଓଡିଶା ସଂଘ ସରକାରଙ୍କୁ ଅନୁରୋଧ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ସୂଚନାଯୋଗ୍ୟ ଯେ, ପାର୍କିଂକୁ ନେଇ ହୋଇଥିବା ବିବାଦ ଉଗ୍ରରୂପ ନେଇଥିଲା । ଏଥିରେ ଓକିଲ-ପୋଲିସ ମଧ୍ୟରେ ହାତାହାତି ପରିସ୍ଥିତି ହୋଇଥିଲା । ଯେଉଁଥିରେ 20 ଜଣ ପୋଲିସ ଓ ସଂଖ୍ୟାଧିକ ଓକିଲ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଗତକାଲି 11ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଦିଲ୍ଲୀ ପୋଲିସ ଆନ୍ଦୋଳନରେ ବସିଥିଲା । ଯାହାକୁ ଦେଶର ବିଭିନ୍ନ ରାଜ୍ୟର ପୋଲିସ ସମର୍ଥନ କରୁଛନ୍ତି ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details