ଓଡିଶା

odisha

By

Published : Jan 29, 2022, 6:46 PM IST

ETV Bharat / city

ଟୀକା ନେଇଥିଲେ କିମ୍ବା ଆଣ୍ଟିବଡ଼ି ଥିଲେ ବି ହୋଇପାରନ୍ତି ପଜିଟିଭ: ILS ନିର୍ଦ୍ଦେଶକ

କୋରୋନାର ନୂଆ ଷ୍ଟ୍ରେନ ଏବଂ ଏହାର ପ୍ରଭାବ ନେଇ ଇନ୍‌ଷ୍ଟିଚ୍ଯୁଟ ଅଫ୍ ଲାଇଫ୍ ସାଇନ୍ସ(ILS) ନିର୍ଦ୍ଦେଶକଙ୍କ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ

ଟୀକା ନେଇଥିଲେ କିମ୍ବା ଆଣ୍ଟିବଡ଼ି ଥିଲେ ବି ହୋଇପାରନ୍ତି ପଜିଟିଭ: ILS ନିର୍ଦ୍ଦେଶକ
ଟୀକା ନେଇଥିଲେ କିମ୍ବା ଆଣ୍ଟିବଡ଼ି ଥିଲେ ବି ହୋଇପାରନ୍ତି ପଜିଟିଭ: ILS ନିର୍ଦ୍ଦେଶକ

ଭୁବନେଶ୍ବର: କୋରୋନା ମହାମାରୀ ନେଇ ଇନ୍‌ଷ୍ଟିଚ୍ଯୁଟ ଅଫ୍ ଲାଇଫ୍ ସାଇନ୍ସ(ILS) ନିର୍ଦ୍ଦେଶକଙ୍କ ସାମ୍ବାଦିକ ସମ୍ମିଳନୀ । କୋଭିଡ ମହାମାରୀ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି ଯେ, ସଂକ୍ରମଣ ହେବାର 4 ରୁ 5 ଦିନ ପରେ ଶରୀରରେ ଲକ୍ଷଣ ଦେଖାଦିଏ । 6 ରୁ 7 ଦିନ ପର୍ଯ୍ୟନ୍ତ ଶରୀରରେ ଭୂତାଣୁ ରହିଥାଏ । ଲକ୍ଷଣ ଦେଖାଦେବାର 2 ଦିନ ପରେ ଟେଷ୍ଟ କରାଇ ନିଅନ୍ତୁ । ଟୀକା ନେବାପରେ ଏବଂ ଆଣ୍ଟିବଡି ଥିଲେ ବି ପଜିଟିଭ ହୋଇପାରନ୍ତି ।

2020 ମସିହା ପର ଠାରୁ ଭିନ୍ନ ଭିନ୍ନ ଷ୍ଟ୍ରେନ ବାହାରିଛି । ଭାଇରସ ଅଫ ଇଣ୍ଟରେଷ୍ଟ ମାରାତ୍ମକ ରହିଛି । ବର୍ତ୍ତମାନ ସୁଦ୍ଧା କୋଭିଡର ନ୍ୟୁ ଷ୍ଟ୍ରେନ ଆଲଫା, ବିଟା, ଗାମା, ଓମିକ୍ରନ ସୃଷ୍ଟି ହୋଇଛି । ଭାରତରେ ଡେଲ୍ଟା ଏବଂ ଓମିକ୍ରନ ଷ୍ଟ୍ରେନ ରହିଛି । ଭୂତାଣୁର ରୂପାନ୍ତରଣ ପରିବର୍ତ୍ତନ ହୋଇଥାଏ । ଭାଇରସର ନୂଆ ମ୍ୟୁଟେସନ ଆସିଲେ ତାକୁ ଭାଇରସ ଅଫ ଇନଟ୍ରେସ୍ଟ ଓ ମାରାତ୍ମକ ହେଲେ ଭାଇରସ ଅଫ କନ୍‌ସରନ କୁହାଯାଏ । ଓମିକ୍ରନରେ ମୋଟ 33 ଟି ମ୍ୟୁଟେସନ ହୋଇଛି । ଏଥିରୁ 3 ଟି ମ୍ୟୁଟେସନ କମିଯାଇଛି । ସେହିପରି ଜିନମ ସିକ୍ୟୁଏନ୍ସିଂର ଅର୍ଥ ବୁଝାଇ ନିର୍ଦ୍ଦେଶକ କହିଛନ୍ତି ଯେ, ଆମ ଶରୀରର ଗୁଣସୂତ୍ର ବା ଜିନ୍‌ର ପରୀକ୍ଷାକୁ ଜିନମ ସିକ୍ବେନ୍ସିଂ କୁହାଯାଉଛି ।


ବର୍ତ୍ତମାନ ଫୋକସ ରହିଛି ଭାରତରେ ମୋଟ 38 ଟି ଜିନମ ସିକ୍ବେନ୍ସିଂ ଲ୍ୟାବ ରହିଛି । ଭୁବନେଶ୍ୱର ଲ୍ୟାବକୁ ବିହାର, ଛତିଶଗଡ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଜିନମ ସିକ୍ବେନ୍ସିଂ କରାଯାଇଛି । ଜାନୁଆରୀ 2021 ରୁ ଅକ୍ଟୋବର ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିଲା ତାହାର 12 ପ୍ରତିଶତ ଡେଲ୍ଟା ଥିଲା । ଅକ୍ଟୋବର ପରେ 98 ପ୍ରତିଶତ ଯେଉଁ ମ୍ୟୁଟେସନ ଥିଲା ତାହା କେବଳ ଡେଲ୍ଟା ଥିଲା । ଡିସେମ୍ବର ଶେଷରୁ ଭାରତରେ 2ଲକ୍ଷ 48 ହଜାର ଜିନମ ସିକ୍ବେନ୍ସିଂ କରାଯାଇଛି । ସେହି ହିସାବରେ ଦେଖିଲେ ଡିସେମ୍ବର ପ୍ରଥମ ସପ୍ତାହରେ 2 ପ୍ରତିଶତ ଥିଲା ଓମିକ୍ରନ ।

ଏବେ ଓଡ଼ିଶାରେ 60 ପ୍ରତିଶତ ଓମିକ୍ରନ ସଂକ୍ରମିତ ଅଛନ୍ତି । ଓମିକ୍ରନ ବର୍ତ୍ତମାନ ସ୍ଥାନ ପରିବର୍ତ୍ତନ କରୁଛି ଡେଲ୍ଟାକୁ । RT-PCR ଟେଷ୍ଟ କରାଯିବ। ପରେ ଜିନମ ସିକ୍ବେନ୍ସିଂ ପାଇଁ ପ୍ରୋସେସ ଆରମ୍ଭ ହୋଇଥାଏ । ଏଥିପାଇଁ 24 ରୁ 36 ଘଣ୍ଟା ଲାଗିଥାଏ । ସେହିପରି ନିର୍ଦ୍ଦେଶକ କହିଛନ୍ତି ଯେ, ସମସ୍ତ ଭାଇରସର ବଞ୍ଚିବା ଶକ୍ତି 14 ଦିନ । ଗୋଟିଏ ଶରୀରରେ ଆକ୍ଟିଭ ହେବା ପାଇଁ ଭାଇରସକୁ 5 ଦିନ ଲାଗିଥାଏ । ସାଧାରଣ ଭାବରେ 10 ଦିନ ମଧ୍ୟରେ ଭାଇରସ ଦେହରୁ ପଳାଇଥାଏ ।

ଯେଉଁମାନଙ୍କର ସିଟି ଭ୍ୟାଲ୍ୟୁ 28 ରୁ ଅଧିକ ରହିଥାଏ ସେମାନଙ୍କର ଅନ୍ୟମାନଙ୍କୁ ସଂକ୍ରମଣ କରିବାର ସମ୍ଭାବନା କମ ରହିଛି । ଯେଉଁମାନଙ୍କର ସିଟି ଭ୍ୟାଲ୍ୟୁ 28 ରୁ କମ ରହିଥାଏ ସେମାନଙ୍କର ସଂକ୍ରମଣ କରିବାର ଶକ୍ତି ଅଧିକ ରହିଥାଏ । 28 କୁ ଆସିବାକୁ ହେଲେ 7 ରୁ 8 ଦିନ ସମୟ ଲାଗେ । ଏହି ଭୂତାଣୁ 25 ରୁ 28 ଦିନ ମଧ୍ୟରେ ସଂକ୍ରମଣ କରିବାର ନଜରକୁ ଆସିଛି । ଥରେ ଯଦି ସଂକ୍ରମିତ ହୋଇଥାନ୍ତି ତେବେ ଆଉ ଥରେ ମଧ୍ୟ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଅବହେଳା କଲେ, କୋଭିଡ ନିୟମ ନ ମାନିରେ ବାରମ୍ବାର ସଂକ୍ରମିତ ସମ୍ଭାବନା ରହିଥାଏ । ମାତ୍ର ଭୂତାଣୁ କେବେ ଶରୀର ମଧ୍ୟରେ ରହିନଥାଏ । ଅବହେଳା ଦ୍ବାରା ପୁଣି ସଂକ୍ରମଣ ହୋଇଥାଏ । ତେଣୁ ଢିଲାପଣ ନକରି ସଚେତନତା ରହିବା ଆବଶ୍ୟକ ବୋଲି ILS ଡାକ୍ତର ଅଜୟ ପରିଡା ପରାମର୍ଶ ଦେଇଛନ୍ତି ।



ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details