ଓଡିଶା

odisha

ETV Bharat / city

ବଡଗଡ ହାଜତ ମୃତ୍ୟୁ ମାମଲା: ପୋଲିସ କମିଶନରଙ୍କୁ ରାଜ୍ୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ - ହାଜତ ମୃତ୍ୟ ମାମଲାରେ ମାମଲା ରୁଜୁ କଲା ମାନବାଧିକାର କମିଶନ

ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କଲା ରାଜ୍ୟ ମାନବାଧିକାର କମିଶନ(OHRC) । ଅଧଇକ ପଢନ୍ତୁ

ବଡଗଡ ହାଜତ ମୃତ୍ୟ ମାମଲା: ମାମଲା ରୁଜୁ କଲା ରାଜ୍ୟ ମାନବାଧିକାର କମିଶନ
ବଡଗଡ ହାଜତ ମୃତ୍ୟ ମାମଲା: ମାମଲା ରୁଜୁ କଲା ରାଜ୍ୟ ମାନବାଧିକାର କମିଶନ

By

Published : Apr 20, 2022, 4:01 PM IST

ଭୁବନେଶ୍ୱର: ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କଲା ରାଜ୍ୟ ମାନବାଧିକାର କମିଶନ(OHRC) । ମାମଲା ରୁଜୁ ସହ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କଲେ କମିଶନ । ଘଟଣା ବାବଦରେ ବିସ୍ତୃତ ବିବରଣୀ ଦେବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।

ଏହା ମଧ୍ୟ ପଢନ୍ତୁ:-ବଡଗଡ ହାଜତ ମୃତ୍ୟ ମାମଲା: ବଡ ଅଧିକାରୀ ଚୁପ୍, ବଦଳିଲେ ଆଇଓ

ଆସନ୍ତା ମଇ 20 ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି OHRC । ସୂଚନା ଅନୁଯାୟୀ, ପ୍ରଦୀପ ସାହୁ ନାମକ ଜଣେ ଅଭିଯୁକ୍ତକୁ ଥାନାକୁ ଆଣିଥିଲା ପୋଲିସ । ଥାନାରେ ଥିବା ସମୟରେ ଅସୁସ୍ଥତା ଅନୁଭବ କରିବାରୁ ପୋଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ମାତ୍ର ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା କହିଥିଲେ ଡାକ୍ତର ।

ଏହା ମଧ୍ୟ ପଢନ୍ତୁ:ରାଜଧାନୀରେ ହାଜତ ମୃତ୍ୟ ପାଇଁ କିଏ ଦାୟୀ ? ରାତିରେ ମାରି ସକାଳେ ଖବର ଦେଲେ: ପତ୍ନୀ

ଏନେଇ ଅଭିଯୁକ୍ତଙ୍କ ପତ୍ନୀ ବନିତା ଚୌଧୁରୀ ପୋଲିସକୁ ଦାୟୀ କରି ଅଭିଯୋଗ କରିଥିଲେ । ସେପଟେ ପ୍ରଥମ ପତ୍ନୀ ମମତା ସାହୁ ଥାନାରେ ପହଞ୍ଚିଥିଲେ । ତେବେ ମୃତକଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା କହିଛି ପୋଲିସ । ମାମଲାକୁ ନେଇ ବର୍ତ୍ତମାନ OHRC ନିଜଆଡୁ ମାମଲା ରୁଜୁ କରି ଥିବାବେଳେ ତଦନ୍ତକାରୀ ଅଧିକାରୀ ଏସ.କେ ବେହେରାଙ୍କ ବଦଳି କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details