ଓଡିଶା

odisha

ETV Bharat / city

OHRCଙ୍କ ବଡ ନିଷ୍ପତ୍ତି, 10ମ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଫଲାଇନ୍ ପରୀକ୍ଷା ସ୍ଥଗିତ - ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଫଲାଇନ୍ ପରୀକ୍ଷା ସ୍ଥଗିତ

10ମ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଫଲାଇନ୍ ପରୀକ୍ଷା ସ୍ଥଗିତ । OHRCଙ୍କ ବଡ ନିଷ୍ପତ୍ତି । ଆସନ୍ତା 30ରେ ହୋଇଥାନ୍ତା ପରୀକ୍ଷା । ଅଧିକ ପଢନ୍ତୁ...

Odisha Human Rights Commission
OHRCଙ୍କ ବଡ ନିଷ୍ପତ୍ତି, 10ମ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଫଲାଇନ୍ ପରୀକ୍ଷା ସ୍ଥଗିତ

By

Published : Jul 26, 2021, 9:24 PM IST

Updated : Jul 26, 2021, 9:41 PM IST

ଭୁବନେଶ୍ବର:ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀ ଅଫଲାଇନ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲା ଓଡିଶା ମାନବାଧିକାର କମିଶନ (OHRC) । କମିଶନଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ପରୀକ୍ଷା ସ୍ଥଗିତ ରଖିବାକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡକୁ କମିଶନଙ୍କ ନିର୍ଦେଶ । ଅଗଷ୍ଟ ୬ରେ ଘଟଣାର ପରବର୍ତ୍ତୀ ଶୁଣାଣି କରିବେ କମିଶନ ।

OHRCଙ୍କ ବଡ ନିଷ୍ପତ୍ତି, 10ମ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଫଲାଇନ୍ ପରୀକ୍ଷା ସ୍ଥଗିତ
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତି ବୈମାତୃକ ମନୋଭାବ ଛାଡ଼ୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ । ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ଭଳି ଆମର ମଧ୍ୟ ନବମ ଶ୍ରେଣୀ ମାର୍କ ଆଧାରରେ ଦଶମ ପରୀକ୍ଷା ଫଳ ପ୍ରକାଶ ହେଉ । ଏମିତି ଦାବି କରିଛନ୍ତି ରାଜ୍ୟର 139 ଭିନ୍ନକ୍ଷମ ଛାତ୍ରଛାତ୍ରୀ । ଏମିତିକି କରୋନା ମହାମାରୀ ଚାଲିଥିବା ବେଳେ ଏହି ଛାତ୍ରଛାତ୍ରୀଙ୍କ ଅଫଲାଇନ ମାଟ୍ରିକ ପରୀକ୍ଷା ନିଷ୍ପତ୍ତି ବିରୋଧରେ ଦ୍ଵିତୀୟ ଥର ଲାଗି ଓଡିଶା ମାନବ ଅଧିକାର ଆୟୋଗର ଦ୍ୱାରସ୍ଥ ହୋଇଛି ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ । ହ୍ୟୁମାନ ରାଇଟ୍ସ ଫ୍ରଣ୍ଟର ସୂଚନା ଦେଇଛନ୍ତି ଯେ କରୋନା ଭୟକୁ ନଜରରେ ରଖି ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ରାଜ୍ୟର ୬ ଲକ୍ଷ ମାଟ୍ରିକ ପିଲାଙ୍କ ପରୀକ୍ଷା ଫଳ ପୂର୍ବ ମାର୍କ ଆଧାରରେ ପ୍ରକାଶ କଲା । କିନ୍ତୁ ୬ ଜିଲ୍ଲାରେ ଥିବା ୯ ଭିନ୍ନକ୍ଷମ ସ୍କୁଲର ୧୩୯ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ସ୍ଥଗିତ ରଖି ଜୁଲାଇ ୩୦ରୁ ଅଫଲାଇନ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛି । ଏହାଯୋଗୁଁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ଲାଗି ସେମାନେ ନିର୍ଭରଶୀଳ ସକ୍ରାଇବଙ୍କୁ ମଧ୍ୟ ସଂକ୍ରମଣ ଆଶଙ୍କା ରହିଛି । ଏପରିକି ମାର୍କ ଆଧାରରେ ଏହି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବା ଲାଗି ଏସଏସଇପିଡି ବିଭାଗ, ଭିନ୍ନକ୍ଷମ କମିଶନର ଚିଠି ଲେଖିଥିଲେ ବି ତାହାକୁ ଅଣଦେଖା କରିଛି ବୋର୍ଡ । ତେଣୁ ତୁରନ୍ତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ବାତିଲ କରି ମାର୍କ ଆଧାରରେ ଫଳ ପ୍ରକାଶ ଲାଗି ମାନବ ଅଧିକାର ଆୟୋଗ ନିର୍ଦେଶ ଦିଅନ୍ତୁ ବୋଲି ଦାବି କରିଛି ଏଚଆରଏଫ ।

ଚଳିତ ବର୍ଷ କୋରୋନା ମହାମାରୀ ଯୋଗଁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ପୂର୍ବ ପରୀକ୍ଷା ମାର୍କ ଆଧାରରେ ଫଳାଫଳ ପ୍ରକାଶ କରିଥିଲା । ମାଧ୍ୟମିକ ଶିକ୍ଷା ପରିଷଦର ଭୁଲ ଯୋଗୁଁ ରାଜ୍ୟର ୧୩୯ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇପାରିନଥିଲା । ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଏହା ପରେ ଏହାକୁ ନେଇ ମାନବାଧିକାର କର୍ମୀ ରାଜ୍ୟ ମାନବାଧିକାର କମିଶନର ଦ୍ବାରସ୍ଥ ହୋଇଥିଲେ । ଏହା ଉପରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ । ସୂଚନାଥାଉକି ଓଡିଶା ମାଧ୍ୟମିକ ପରିଷଦ 139 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଫଳାଫଳ ଘୋଷଣା କରି ନାହିଁ । ଯାହା ପରେ ମାନବାଧିକାର କର୍ମୀ ମନୋଜ ଜେନା OHRCରେ ଏକ ପିଟିସନ ଦାଖଲ କରିଥିଲେ । ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଯେ ଭଳି ଫଳାଫଳ ପ୍ରକାଶ କରାଗଲା, ସେହିଭଳି ଏହି ଦିବ୍ୟାଙ୍ଗ ଛାତ୍ର ୃଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇଁ ଦାବି କରିଛନ୍ତି ।

ଜେନା ଆଜି ତାଙ୍କ ପିଟିସନରେ କହିଛନ୍ତି ଯେ କମିଶନଙ୍କ ଅନ୍ତିମ ନିର୍ଦ୍ଦେଶକୁ ଅପେକ୍ଷା ନକରି ମାଧ୍ୟମିକ ଶିକ୍ଷା ବୋର୍ଡ ଜୁଲାଇ 30 ରୁ ଅଫଲାଇନ୍ ମୋଡରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ତେବେ ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ବୋର୍ଡକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ମାନବାଧିକାର କମିଶନ । ଜେନା ଯୁକ୍ତି ବାଢିଛନ୍ତି ଯେ ବୋର୍ଡ କି ଭଳି ଏଭଳି ନିଷ୍ପତ୍ତି ନେଇଛି ଯାହା 'କେବଳ ମନମୁଖୀ ନୁହେଁ ବରଂ କୋଭିଡ -19 ମହାମାରୀ ପରିସ୍ଥିତିରେ ଭିନ୍ନକ୍ଷମ ଛାତ୍ରମାନଙ୍କୁ ବହୁ ଅସୁବିଧାରେ ପକାଇବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated : Jul 26, 2021, 9:41 PM IST

ABOUT THE AUTHOR

...view details