ଭୁବନେଶ୍ବର: ବିଧାନସଭା ପରିବେଶ ସଂକ୍ରାନ୍ତୀୟ ଗୃହ କମିଟିର ଉଦବେଗ ପ୍ରକାଶ । Carbon emission ବର୍ତ୍ତମାନ ସମୟର ପରିବେଶ ପ୍ରଦୂଷଣ ପାଇଁ ସବୁଠାରୁ ଉଦବେଗର ବିଷୟ । ପ୍ରଦୂଷଣ ରୋକିବାକୁ ସବୁ ପୌରାଞ୍ଚଳରେ ସଚେତନତା ରଥ କରି ବହି ଛପାଇ ବାଣ୍ଟିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
କଳକାରଖାନାର ନିର୍ଗତ ଦୂଷିତ ଜଳ, ପ୍ଲାଷ୍ଟିକର ବ୍ୟବହାର, ଗାଁ ଓ ସହର ସଫା ନହେବା, କାରଖାନାରୁ ବିଷାକ୍ତ ଅଙ୍ଗାରକାମ୍ଳ ବାହାରିବା ଏବେ ପ୍ରଦୂଷଣର ମୁଖ୍ୟ କାରଣ । ଆସନ୍ତା ବୈଠକରେ ପ୍ରଦୂଷଣ ସଂକ୍ରାନ୍ତୀୟ ନିୟମ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇବାକୁ ବି ନିର୍ଦ୍ଦେଶ ରହିଛି। ବର୍ତ୍ତମାନ ରାଜ୍ୟର ସାତଟି ସହର ପ୍ରଦୂଷଣ କବଳରେ। ସେଥିମଧ୍ୟରୁ ଭୁବନେଶ୍ବର, କଟକ, ଅନୁଗୋଳ, ତାଳଚେର, ବାଲେଶ୍ବର, ରାଉରକେଲା ଓ କଳିଙ୍ଗନଗର ରହିଛି।