ଭୁବନେଶ୍ବର: ଓଡିଶାରେ ଘନଉଛି ଓମିକ୍ରନ ବିପଦ । ପୂର୍ବରୁ ରାଜ୍ୟରେ ଦୁଇ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ଆଉ ଦୁଇଟି ମାମଲା ସାମ୍ନାକୁ ଆସିଛି । ସେପଟେ ନୂଆ ଭାରିଆଣ୍ଟର ମୁକାବିଲା ପାଇଁ ଘନ ଘନ ବୈଠକ କରୁଛନ୍ତି ସରକାର । ଇତିମଧ୍ୟରେ ଏହି ଭାରିଆଣ୍ଟର ମୁକାବିଲା ସର୍ଭିଲାନ୍ସକୁ ଜୋରଦାର କରିବା ସଙ୍ଗେ ସଙ୍ଗେ ଟେଷ୍ଟିଂ ବୃଦ୍ଧି ଦିଗରେ ଗୁରୁତ୍ବାରୋପ କରିଛି ସ୍ବାସ୍ଥ୍ୟ ବିଭାଗ । ଏଣିକି ରାଜ୍ୟରେ ସର୍ଭିଲାନ୍ସକୁ ଜୋରଦାର କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ରାଜ୍ୟରେ କୋଭିଡ ଟେଷ୍ଟିଂ ବଢିବ । ଦୈନିକ 70 ହଜାରରୁ ଅଧିକ ଟେଷ୍ଟ କରାଯିବ । ଟୀକାକରଣକୁ ବ୍ୟାପକ କରାଯିବା ସହ ସର୍ଭିଲାନ୍ସକୁ ଜୋରଦାର କରାଯିବ । ପ୍ରତ୍ୟେକ ଜିଲ୍ଲାପାଳ ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିବେ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।