ଓଡିଶା

odisha

ETV Bharat / city

କାହିଁକି ସିଭିଲ ସର୍ଭିସରେ କମୁଛି ଓଡ଼ିଆଙ୍କ ସଫଳତା ? କାରଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ - ୟୁପିଏସସି ରେଜଲ୍ଟ

ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ବର୍ଷକୁ ବର୍ଷ ନୈରାଶ୍ୟଜନକ ହେବାରେ ଲାଗିଛି । ପ୍ରତିକ୍ରିୟା ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ

ସିଭିଲ ସର୍ଭିସରେ କମୁଛି ଓଡ଼ିଆଙ୍କ ସଫଳତା, ପ୍ରତିକ୍ରିୟା ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ସିଭିଲ ସର୍ଭିସରେ କମୁଛି ଓଡ଼ିଆଙ୍କ ସଫଳତା, ପ୍ରତିକ୍ରିୟା ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

By

Published : May 31, 2022, 6:48 PM IST

Updated : May 31, 2022, 7:52 PM IST

ଭୁବନେଶ୍ବର: ସିଭିଲ ସର୍ଭିସରେ କମୁଛି ଓଡ଼ିଆଙ୍କ ସଫଳତା । ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ବର୍ଷକୁ ବର୍ଷ ନୈରାଶ୍ୟଜନକ ହେବାରେ ଲାଗିଛି । ଉପଯୁକ୍ତ କୋଚିଂ ସୁବିଧାର ଅଭାବ, ପାଠ୍ୟକ୍ରମ ପ୍ରତି ବିଦ୍ୟାର୍ଥୀଙ୍କ ଅନାଗ୍ରହ, ପରୀକ୍ଷା ପାଇଁ ପ୍ରସ୍ତୁତି ଅଭାବ ଆଦି ପ୍ରମୁଖ କାରଣ ପାଲଟିଛି ।

ସିଭିଲ ସର୍ଭିସ୍ ଫଳ ପ୍ରକାଶ ପରେ ଓଡ଼ିଶାରୁ କେତେ କୃତକାର୍ଯ୍ୟ ହୋଇଛନ୍ତି ତାହା ଜାଣିବାକୁ ଯେଉଁ ଉତ୍କଣ୍ଠା ଥିଲା ତାହା ମଧ୍ୟ ସମୟକ୍ରମେ ମଉଳି ଯାଇଛି । ଏବେ ଦେଖା ଯାଉଛି, ଛାତ୍ରଛାତ୍ରୀ ସ୍ନାତକ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଅନ୍ୟାନ୍ୟ ଶିକ୍ଷା ଉପରେ ଜୋର୍ ଦେଉଛନ୍ତି । ମେଡିକାଲ, ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ଦିଗ ପ୍ରତି ମନ ବଳାଇଛନ୍ତି । ସିଭିଲ ସର୍ଭିସ୍‌ ପରୀକ୍ଷା ପ୍ରତି ଅତୀତରେ ଥିବା ଆଗ୍ରହ ଓ ଉତ୍ସାହ ଧୀରେ ଧୀରେ କମି କମି ଯାଇଛି ।

କାହିଁକି ସିଭିଲ ସର୍ଭିସରେ କମୁଛି ଓଡ଼ିଆଙ୍କ ସଫଳତା ? କାରଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ


ଓଡ଼ିଆ ପିଲା ଆଇଏଏସ୍‌, ଆଇପିଏସ୍ ଅଫିସର ହେବେ । ଏମିତି ଗୋଟିଏ ବଡ଼ ସ୍ବପ୍ନ ଦେଖାଇ ରାଜ୍ୟ ସରକାର ୨୦୧୬-୧୭ରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ କୋଚିଂ ବ୍ୟବସ୍ଥା ଆରମ୍ଭ କରିଥିଲେ । ଦୀର୍ଘ ବର୍ଷ ତଳର ଯୋଜନା ପରେ ବି ଓଡ଼ିଆ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସିଭିଲ୍ ସର୍ଭିସ ପରୀକ୍ଷାରେ ଉଲ୍ଲେଖନୀୟ ହୋଇପାରିଲା ନାହିଁ । ସଫଳତା ସଂଖ୍ୟା ବି କମି କମି ଯାଉଛି । ଏହା କେବଳ ଚଳିତ ବର୍ଷ ଘଟିଛି, ତା’ ନୁହେଁ । ଗତ ପାଞ୍ଚ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ କମି ଯାଇଛି । ଚଳିତ ବର୍ଷ ସିଭିଲ ପରୀକ୍ଷା ଫଳ ପ୍ରକାଶରେ ଓଡ଼ିଶାରୁ ମାତ୍ର ଦୁଇ ଜଣ 100 ରାଙ୍କ ମଧ୍ୟରେ ଅଛନ୍ତି ।

ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଆମେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନେଇଛୁ । ଗ୍ଲୋବାଲ ଦେଖିଲେ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ପ୍ରତିଷ୍ଠିତ ହେଉଛନ୍ତି ଏବଂ ସେମାନଙ୍କ ସଂଖ୍ୟା ଅଧିକ । ଶିକ୍ଷାର୍ଥୀଙ୍କ ଲକ୍ଷ୍ୟ କଣ ତାହା ଦେଖିବାକୁ ପଡ଼ିବ । ପିଲାଙ୍କ ନିଜସ୍ଵ ଇଚ୍ଛାରେ ସେମାନେ ପରୀକ୍ଷା ଦେଉଛନ୍ତି । ତାଙ୍କ ଉପରେ ଏହା ନିର୍ଭର କରୁଛି । ଆମେ କିନ୍ତୁ ଉଦ୍ୟମ କରୁଛୁ । ନିଯୁକ୍ତି କ୍ଷେତ୍ରରେ କିଏ କଣ କରିବ ତାହା ବ୍ୟକ୍ତିଗତ ଇଚ୍ଛା ଉପରେ ନିର୍ଭର କରେ ।

ଏପଟେ ପୂର୍ବତନ ଆଇଏଏସ ଅଧିକାରୀ ଅରବିନ୍ଦ ବେହେରା କହିଛନ୍ତି ଯେ, ପୂର୍ବରୁ ଆଇଏଏସ ସର୍ବଭାରତରେ 100 ଭିତରୁ 10 ରୁ 14 ଜଣ ଓଡ଼ିଆ ପିଲା ଆସୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ବହୁତ କମ ସଫଳତା ପାଉଛନ୍ତି । ସ୍କୁଲରେ ଯେଉଁ ଶିକ୍ଷା ହେବା କଥା ତାହା ହେଉନାହିଁ । ତେବେ ଏହାର ମାନ ବଢାଇବା ଆବଶ୍ୟକ ବୋଲି କହିଛନ୍ତି । ପିଲାଙ୍କ ଦକ୍ଷତା ଅନୁସାରେ ପିଲା ଭଲ କରୁଛନ୍ତି କିନ୍ତୁ ରାଜ୍ୟରେ ଇନଷ୍ଟିଚ୍ୟୁଟ କ୍ଷେତ୍ରରେ ଯେଉଁ ସପୋର୍ଟ ଦେବକଥା ତାହା ହେଉନାହିଁ ବୋଲି କହିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

Last Updated : May 31, 2022, 7:52 PM IST

ABOUT THE AUTHOR

...view details