ଓଡିଶା

odisha

ETV Bharat / city

ରାଜ୍ୟକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଯଥାଶୀଘ୍ର ଦୂର କର ବେସରକାରୀ ସ୍କୁଲ ଫି’ ବୃଦ୍ଧି ସମସ୍ୟା - Odisha High Court asks Government

ସ୍କୁଲ ଫି ବୃଦ୍ଧି ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଭିଭାବକ ସଂଘ ଓ ବେସରକାରୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମଧ୍ୟସ୍ଥତା କରିବା ସହ ସ୍କୁଲ ଫି ବୃଦ୍ଧି ପରିସ୍ଥିତିର ସମାଧାନ ପାଇଁ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ।

ଓଡିଶା ହାଇକୋର୍ଟ
ଓଡିଶା ହାଇକୋର୍ଟ

By

Published : Sep 2, 2020, 3:13 PM IST

ହାଇଦ୍ରାବାଦ: ସ୍କୁଲ ଫି’ ବୃଦ୍ଧି ସମାଧାନ ପାଇଁ ଓଡିଶା ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଭିଭାବକ ସଂଘ ଓ ବେସରକାରୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମଧ୍ୟସ୍ଥତା କରିବା ସହ ସ୍କୁଲ ଫି ବୃଦ୍ଧି ପରିସ୍ଥିତିର ସମାଧାନ ପାଇଁ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି । ଓଡିଶା ହାଇକୋର୍ଟର ଡିଭିଜନ୍ ବେଞ୍ଚ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ ଏହି ମାମଲାରେ ଦାଖଲ ହୋଇଥିବା ଏକ ଜନହିତ ଯାଚିକାର ଶୁଣାଣି ବେଳେ ଏହି ପ୍ରସ୍ତାବ ଦେଇଛନ୍ତି ।

ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି 8 ସେପ୍ଟେମ୍ବର 2020 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଓଡିଶା ହାଇକୋର୍ଟ ସ୍କୁଲ ଓ ଗଣଶିକ୍ଷା ବିଭାଗର ମୁଖ୍ୟ ସଚିବଙ୍କୁ ଫି ବଢାଇବା ସମସ୍ୟାର ସମାଧାନ ପାଇଁ ଅଭିଭାବକ, ଶିକ୍ଷକ ଓ ବେସରକାରୀ ବିଦ୍ୟାଳୟ ପ୍ରତିନିଧିଙ୍କ ମିଳିତ ବୈଠକ କରିବାକୁ କହିଛନ୍ତି । ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ବୈଠକର ଫଳାଫଳ ସମ୍ପର୍କରେ ମୁଖ୍ୟ ସଚିବଙ୍କୁ କୋର୍ଟର ମୂଲ୍ୟାଙ୍କନ କରିବାକୁ କୁହାଯାଇଥିଲା ।

ଫି ବଢାଇବାରେ ରାଜ୍ୟର ବେସରକାରୀ ବିଦ୍ୟାଳୟ ଗୁଡିକର ମନମୁଖୀ ନିଷ୍ପତ୍ତି ଉପରେ ଯାଚିକା ଦାଖଲ କରାଯାଇଥିଲା । ଏନେଇ ପ୍ରାୟ 3 ଟି ଜନହିତ ଯାଚିକା ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ରହିଛି । ଅନ୍ୟପକ୍ଷେ କୋଭିଡ-19 ମହାମାରୀ କାରଣରୁ ମାର୍ଚ୍ଚ 2020 ଠାରୁ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି । ରାଜ୍ୟ ସରକାର କୋଭିଡ-19 ମହାମାରୀକୁ ବିପର୍ଯ୍ୟୟ ଦର୍ଶାଇ ଲକଡାଉନ୍ ଅବଧି ବଢାଇଥିଲେ । ଏହି ଅବଧି ମଧ୍ୟରେ ବେସରକାରୀ ବିଦ୍ୟାଳୟ ଗୁଡିକ ଦ୍ବାରା ଟ୍ୟୁସନ ଫି ଦାବିକୁ ସମ୍ପୂର୍ଣ୍ଣ ଛାଡ କରିବାକୁ ଆବେଦନକାରୀମାନେ କହିଛନ୍ତି ।

ଅନ୍ୟପକ୍ଷେ ମଧ୍ୟପ୍ରଦେଶ ହାଇକୋର୍ଟ କିନ୍ତୁ ଅଭିଭାବକଙ୍କଠାରୁ କେବଳ ଟ୍ୟୁସନ ଫି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେବଳ ଓଡିଶା କିମ୍ବା ମଧ୍ୟପ୍ରଦେଶ ନୁହେଁ ବରଂ ଦେଶର ସମସ୍ତ ରାଜ୍ୟରେ ଫି ବୃଦ୍ଧି ବର୍ତ୍ତମାନର ମୁଖ୍ୟ ସମସ୍ୟା । କୋଭିଡ-19 ବିପର୍ଯ୍ୟୟ ସମୟରେ ଅଭିଭାବକଙ୍କ ପକ୍ଷେ ସ୍କୁଲ ଫି ଦେବା ଏକ ପ୍ରକାର ସମସ୍ୟା ନିଶ୍ଚିତ ।

ABOUT THE AUTHOR

...view details