ଓଡିଶା

odisha

ETV Bharat / city

ଟିକା ପାଇଁ କେନ୍ଦ୍ରକୁ ପୁଣି ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ - ଟିକା ପାଇଁ କେନ୍ଦ୍ରକୁ ଚିଠି

25 ଲକ୍ଷ ଡୋଜ ଟିକା ଓଡିଶାକୁ ଯୋଗାଇବା ପାଇଁ କେନ୍ଦ୍ରକୁ ପୁନର୍ବାର ଚିଠି ଲେଖି ଅନୁରୋଧ କଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଅଧିକ ପଢନ୍ତୁ..

ଟିକା ପାଇଁ କେନ୍ଦ୍ରକୁ ପୁଣି ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ
ଟିକା ପାଇଁ କେନ୍ଦ୍ରକୁ ପୁଣି ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

By

Published : Apr 16, 2021, 9:07 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଟିକାର କମ୍ ଯୋଗାଣ ଓ ଅନିୟମିତ ଯୋଗାଣ ଯୋଗୁଁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି । ଯଦ୍ବାରା ପ୍ରତ୍ୟେକ ଦିନ ରାଜ୍ୟର ଅନେକ ସ୍ଥାନରେ ଟୀକାକରଣ ବନ୍ଦ ରହୁଛି । ଏନେଇ ଓଡିଶାକୁ 25 ଲକ୍ଷ କୋଭିଶିଲ୍ଡ ଡୋଜ ଯୋଗାଇବାକୁ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ରକୁ ଚିଠି ଲେଖିଥିଲେ ଏବଂ ଆଜି(ଶୁକ୍ରବାର) 3 ଲକ୍ଷ ଡୋଜ ଓଡିଶାକୁ ଆସିଥିଲା । ଏହାପରେ ମଧ୍ୟ 10 ଦିନ ପାଇଁ ପ୍ରାୟ 25 ଲକ୍ଷ ଡୋଜ ଟିକା ଓଡିଶାକୁ ଯୋଗାଇବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପୁନର୍ବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଗୁରୁବାର ସୁଦ୍ଧା ରାଜ୍ୟକୁ ୫୦ ଲକ୍ଷ ୭୯ ହଜାର ୬୫୦ ଡୋଜ ଟକା ଯୋଗାଇ ଦିଆଯାଇଛି । ତା ମଧ୍ୟରୁ ୪୫ ଲକ୍ଷ ୪୨ ହଜାର ୮୬୦ ଡ଼ୋଜ କୋଭିଶିଲ୍ଡ ଟିକା ହୋଇଥିବା ବେଳେ ଅବଶିଷ୍ଟ ୫ ଲକ୍ଷ ୩୬ ହଜାର ୭୮୦ କୋଭାକ୍ସିନ୍ ଟିକା ଅଟେ । ରାଜ୍ୟରେ କେବଳ ୧ ଲକ୍ଷ ୭୪ ହଳାର ୪ ଡୋଜ କୋଭିଶିଲ୍ଡ ଏବଂ 2 ଲକ୍ଷ 49 ହଜାର 196 ଡୋଜ୍ କୋଭାକ୍ସିନ୍ ଟିକା ଉପଲବ୍ଧ ରହିଥିଲା । କିନ୍ତୁ କେନ୍ଦ୍ରକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠି ପରେ ଶୁକ୍ରବାର ରାଜ୍ୟକୁ 3 ଲକ୍ଷ ଡୋଜ ଆସିଛି । ମାତ୍ର ଏହା ଯଥେଷ୍ଟ ନଥିବା ଦର୍ଶାଇ ପୁନର୍ବାର କେନ୍ଦ୍ରକୁ ଟିକା ପାଇଁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details