ଭୁବନେଶ୍ବର:ରାଜ୍ୟରେ କମୁଛି ବଢୁଛି ସଂକ୍ରମଣ । 12 ହଜାର ଦୈନିକ ସଂକ୍ରମଣ ୮ ହଜାରକୁ ଖସିଛି । ସଂକ୍ରମଣ ପିକ୍ ଛୁଇଁବ କି ନାହିଁ ତାହା ଆଉ ୨ରୁ ୪ ଦିନ ମଧ୍ୟରେ ଆକଳନ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
12 ତାରିଖ ଠାରୁ ସଂକ୍ରମଣ ଧୀରେ ଧୀରେ କମିବା ଆରମ୍ଭ କରିଛି। ଟେଷ୍ଟିଂ କମିନାହିଁ, ଦୈନିକ 70 ହଜାର ଉପରେ ଟେଷ୍ଟିଂ ରହିଛି। ତେବେ ସଂକ୍ରମଣ ପିକ୍ ଛୁଇଁ ଛି କି ନାହିଁ ଏଥିପାଇଁ ଆଉ 2 ରୁ 4 ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଦ୍ବିତୀୟ ଲହରରେ ଅନେକ ଵିଶେଷଜ୍ଞ ଆକଳନ କରିଥିଲେ ଜୁଲାଇ ମାସରେ ସଂକ୍ରମଣ କମିବ ବୋଲି । କିନ୍ତୁ ଏହାକୁ କମିବାକୁ ଅକ୍ଟୋବର ମାସ ସମୟ ନେଇଥିଲା । ଆସନ୍ତା କିଛି ଦିନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ବିଜୟ ମହାପାତ୍ର ।