ଭୁବନେଶ୍ବର:ପୁଣି ଡରାଇଲାଣି କରୋନା । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ତେଣୁ ଓଡ଼ିଶାବାସୀଙ୍କ ପାଇଁ ସତର୍କତା ଜାରି କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କୌଣସି ବ୍ୟକ୍ତି ନିକଟରେ ଲକ୍ଷଣ ଥିଲେ ଟେଷ୍ଟ କରିବା ସହ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ ସ୍ଥିତି ଭଲ ଥିବା କହିଛନ୍ତି ବିଜୟ ମହାପାତ୍ର । ଯେମିତି ପୂର୍ବରୁ ସର୍ଭିଲାନ୍ସ ଜାରି ରହିଥିଲା ସେମିତି ଚାଲିଛି ଏବଂ ଟେଷ୍ଟିଂ ସାଇଡ ସବୁ ଚାଲୁ ରହିଛି । ପଜିଟିଭ ବାହାରିଲେ ଟ୍ରାକ କରାଯିବ । ଯଦି ପଜିଟିଭ ବଢେ ତାହାଲେ ରାଜ୍ୟରେ ପୂର୍ବରୁ ଥିବା ସବୁ ବ୍ୟବସ୍ଥା ପୁଣି ଖୋଲାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମାସ୍କ ବ୍ୟବହାର ବଳବତ୍ତର ରହିଛି । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଯଦି ଭିଡକୁ ଯାଉଛନ୍ତି ତେବେ ମାସ୍କ ନିହାତି ଜରୁରୀ । ଲକ୍ଷଣ ଥିଲେ ଟେଷ୍ଟ ସହ ସଂଗରୋଧରେ ରୁହନ୍ତୁ । ସରକାର ସ୍ଥିତି ଉପରେ କଡା ନଜର ରଖିଛନ୍ତି ।