ଭୁବନେଶ୍ବର:ରାଜ୍ୟରେ ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏବେ ଗୋଷ୍ଠୀରେ ଭାଇରସ ଅଛି । ସେପଟେ ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ଥିବାରୁ ଏହା ଚିନ୍ତାଜନକ । କିନ୍ତୁ ରୋଗୀମାନେ ଗୁରୁତର ହେଉନାହାନ୍ତି । ମାତ୍ର ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀ ସମସ୍ତ କୋଭିଡ଼ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ଟେଷ୍ଟ ହେଉଛି । ରିପୋର୍ଟ ପଜିଟିଭ ଆସିଲେ ଜିନୋମ ସିକ୍ବେନ୍ସିଂ କରାଯାଉଛି । ଗତକାଲି ୨୩ ଜଣ ଓମିକ୍ରନ ଭିତରୁ ୧୯ ଜଣଙ୍କ ଲକ୍ଷଣ ନାହିଁ । ଅନ୍ୟମାନଙ୍କ ବହୁତ କମ ଲକ୍ଷଣ ଦେଖାଯାଉଛି । ୨୩ ଜଣଙ୍କ ମଧ୍ୟରୁ ୧୨ ଜଣ ବିଦେଶ ଫେରିଥିବା ଜଣାପଡ଼ିଛି । ଏବେ ଗୋଷ୍ଠୀରେ ଭାଇରସ ରହିଛି । ସେପଟେ ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ଥିବାରୁ ଏହା ଅଧିକ ଚିନ୍ତା ଜନକ। କିନ୍ତୁ ରୋଗୀ ଗୁରୁତର ହେଉ ନାହାନ୍ତି ।