ଓଡିଶା

odisha

ETV Bharat / city

କୋରୋନା ଔଷଧକୁ ନେଇ SOP ଜାରି କଲା ସ୍ବାସ୍ଥ୍ୟବିଭାଗ - କୋରୋନା ଔଷଧକୁ ନେଇ SOP ଜାରି

କୋରୋନା ଔଷଧ ବ୍ୟବହାରକୁ ନେଇ ସ୍ବାସ୍ଥ୍ୟବିଭାଗ ଶୁକ୍ରବାର SOP ଜାରି କରିଛି । ଅଧିକ ପଢନ୍ତୁ...

କୋରୋନା ଔଷଧକୁ ନେଇ SOP ଜାରି କଲା ସ୍ବାସ୍ଥ୍ୟବିଭାଗ
କୋରୋନା ଔଷଧକୁ ନେଇ SOP ଜାରି କଲା ସ୍ବାସ୍ଥ୍ୟବିଭାଗ

By

Published : May 7, 2021, 9:32 AM IST

ଭୁବନେଶ୍ବର:କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ତୋସିଲିଜୁମାବ ଓ ଅନ୍ୟ ଔଷଧର ବ୍ୟବହାରକୁ ନେଇ ସ୍ବାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏକ କମିଟି ଗଠନ କରିଛି । ଡାକ୍ତରଙ୍କ ପ୍ରେସକ୍ରିପସନ୍ ମାଧ୍ୟମରେ ଏହି କମିଟି ତୋସିଲିଜୁମାବ ବ୍ୟବହାର ନେଇ ନିଷ୍ପତ୍ତି କରିବେ।

କୋରୋନା ଔଷଧକୁ ନେଇ SOP ଜାରି କଲା ସ୍ବାସ୍ଥ୍ୟବିଭାଗ

କୋରୋନା ସଂକ୍ରମଣ ବୃଦ୍ଧି ସାଙ୍ଗକୁ ସାଧାରଣ ଲୋକଙ୍କ ପାଇଁ ମେଡ଼ିସିନ ଏବେ ଚିନ୍ତାଜନକ। ଏନେଇ ରାଜ୍ୟ ସରକାର କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ତୋସିଲିଜୁମାବ ଓ ଅନ୍ୟ ଔଷଧର ବ୍ୟବହାରକୁ ନେଇ ସ୍ବାସ୍ଥ୍ୟ ବିଭାଗ ଏସଓପି ଜାରି କରିଛନ୍ତି । ସ୍ବାସ୍ଥ୍ୟ ବିଭାଗର ଏକ କମିଟି ଗଠନ କରାଯାଇ ଡାକ୍ତରମାନେ କିଭଳି ଓ କେଉଁମାନଙ୍କୁ ଏହି ଔଷଧ ଦିଆଯିବ ସେ ନେଇ ନିଷ୍ପତ୍ତି କରିବେ।

ଏପରିକି ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଦିଆଯାଇପାରିବ ତୋସିଲିଜୁମାବ ଇଞ୍ଜେକ୍ସନ। ଇଞ୍ଜେକ୍ସନ ଦେବା ପୂର୍ବରୁ ରୋଗୀଙ୍କୁ ନିୟମିତ ଭାବରେ ସେମାନଙ୍କୁ ଚେକିଂ କରାଯିବା ଆବଶ୍ୟକ। ତୋସିଲିଜୁମାବ ବ୍ୟବହାର ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲପାଳ, ସିଡିଏମ, ଏମସ ନିର୍ଦ୍ଦେଶକ, ଆଇଜି ଏଚ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details