ଭୁବନେଶ୍ବର:2025 ମସିହା ସୁଦ୍ଧା ଯକ୍ଷ୍ମାରୋଗ ନିର୍ମୂଳ ଲକ୍ଷ୍ୟ ନେଇ ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟ କରୁଛି । ଏଥି ପାଇଁ ରାଜ୍ୟକୁ ଅଧିକରୁ ଅଧିକ ଯକ୍ଷ୍ମାରୋଗୀ ନିୟମିତ ଚିହ୍ନଟ କରି ସେମାନଙ୍କୁ ସଫଳତାର ସହିତ ଚିକିତ୍ସା ପ୍ରଦାନ କରାଯାଉଛି । ରାଜ୍ୟରେ 30ଟି ଜିଲ୍ଲାରେ ଏଥି ନିମନ୍ତେ ‘ଟିବି ଫୋରମ୍ ଗଠନ କରାଯାଇଛି । 2016 ମସିହାରେ ରାଜ୍ୟରେ ମୋଟ 51.434 ଜଣ ରୋଗୀ ଚିକିତ୍ସତ ହେଇଥିବା ବେଳେ ସମୁଦାୟ ସଫଳତା ହାର ଥିଲା 71.4 % । ସେହିପରି 2021 ମସିହାରେ ମୋଟ 52,346 ଲକ୍ଷ ଯକ୍ଷ୍ମା ରୋଗୀ ଚିକିତ୍ସିତ ହୋଇଥିବାବେଳେ ସଫଳତା ହାର 18.5% ରହିଛି । ପୁଷ୍ଟିକର ଖାଦ୍ୟ ପାଇଁ ରୋଗୀର ଚିକିତ୍ସା ସମ୍ପୁର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରତି ମାସରେ 500 ଟଙ୍କା ସିଧାସଳଖ ରୋଗୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଏ ।
ଯକ୍ଷ୍ମାରୋଗୀ ଚିହ୍ନଟ ପାଇଁ ସୂଚନା ପ୍ରଦାନକାରୀଙ୍କୁ 500 ଟଙ୍କା ଦିଆଯାଏ । ଚିକିତ୍ସା ସହାୟକମାନଙ୍କୁ "Drug Sensitive TB" ରୋଗୀଙ୍କ ଚିକିତ୍ସା ସଂପୂର୍ଣ୍ଣ ପରେ 1000 ଟଙ୍କା ଏବଂ "Drug Resistant TB" ରୋଗୀଙ୍କ ଚିକିତ୍ସା ସମ୍ପୁର୍ଣ୍ଣ ପରେ 5000 ଟଙ୍କା ପ୍ରଦାନ କରା ଯାଇଥାଏ । ଜନଜାତି ଓ ଦୁର୍ଗମ ଅଞ୍ଚଳରେ ଚିକିତ୍ସାଧୀନ ପ୍ରତି ରୋଗୀଙ୍କ ଯିବା ଆସିବାରେ ସୁବିଧା ପାଇଁ ଏକକାଳୀନ 750 ଟଙ୍କା ପ୍ରଦାନ କରାଯାଏ ।
ଜନସମୁଦାୟରୁ ସମ୍ଭାଳିତ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଆଶାକର୍ମୀଙ୍କୁ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି । ଔଷଧ କାଟୁ କରୁନଥିବା "Drug Resistat TB ରୋଗୀମାନଙ୍କ ନିମନ୍ତେ "Shorter Oral" ଏବଂ "Longer Oral Regimen" ଔଷଧ ପ୍ରଣାଳୀରେ ଚିକିତ୍ସା କରାଯାଇଛି । ବେସରକାରୀ ସୂତ୍ରରୁ ଅଧିକରୁ ଅଧିକ ଯକ୍ଷ୍ମାରୋଗୀ ଚିହ୍ନଟ ପାଇଁ ଭାରତ ସରକାରଙ୍କ "Paticnt Provider Support Agency (PPSA)" କାର୍ଯ୍ୟକ୍ରମ ଅଧୀନରେ 6ଟି ଜିଲ୍ଲା ଖୋର୍ଦ୍ଧା(ଭୁବନେଶ୍ୱରକୁ ମିଶାଇ) କଟକ/ ଗଞ୍ଜାମ/ ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁରରେ ଏନ୍ଜିଓମାନେ କାର୍ଯ୍ୟ କରୁଛନ୍ତି।