ଭୁବନେଶ୍ବର: ଜଟିଳ ହେଉଛି ଓଡିଶା-ଛତିଶଗଡ ମହାନଦୀ ଜଳ ବିବାଦ । ପ୍ରାକ ମୌସୁମୀ ବର୍ଷା ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ । ହେଲେ ମହାନଦୀ ଉପର ମୁଣ୍ଡରେ ଜଳ ବାବଦରେ ଓଡିଶାକୁ ସଠିକ ସୂଚନା ମିଳିବାରେ ସମସ୍ୟା ହେଉଛି । ସଠିକ ସୂଚନା ନମିଳିଲେ ହୀରାକୁଦର ଜଳ ପରିଚାଳନାରେ ସମସ୍ୟା ସୃଷ୍ଟି ହେବ । ତେଣୁ ଯୁଗ୍ମ ବୈଠକ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଛତିଶଗଡକୁ ପ୍ରଶାସନକି ଚିଠି ଲେଖା ଯାଇଛି ।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଯୁଗ୍ମ ବୈଠକ ପାଇଁ ଛତିଶଗଡକୁ ଗତ ମେ 19 ତାରିଖରେ ଚିଠି ଲେଖିଛୁ । ହେଲେ ସେମାନଙ୍କ ପକ୍ଷରୁ କିଛି ଜବାବ ବର୍ତ୍ତମାନ ସୁଦ୍ଧା ଆସିନାହିଁ । ଆସନ୍ତା ଦିନରେ ଛତିଶଗଡର ମହାନଦୀ ମୁଖ୍ୟ ଯନ୍ତ୍ରୀଙ୍କ ସହ କଥା ହେବୁ । ଛତିଶଗଡ ପାଣି ଛାଡିଲେ ହୀରାକୁଦର କ୍ଷମତା ଦେଖି ବନ୍ୟା ପରିସ୍ଥିତି ଜଣାପଡିବ ।