ଭୁବନେଶ୍ବର: ପୋଷଣ କ୍ଷେତ୍ରରେ ଦାରିଦ୍ର୍ୟର ସ୍ଥାୟୀ ସମାଧାନ ଅତ୍ୟନ୍ତ ଆବଶ୍ୟକ। ରାଜ୍ୟରେ ପୋଷଣ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟାକୁ ପ୍ରତିହତ କରିବା ପାଇଁ ଓଡିଶା ସରକାର ସକରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ସେହି ପଦକ୍ଷେପ ଗୁଡିକୁ କିପରି ଭାବେ ଅଧିକ ତ୍ବରାନ୍ବିତ କରାଯିବ ସେନେଇ ରାଜଧାମନୀରେ ଆୟୋଜିତ ହୋଇଯାଇଛି ‘CLOSE THE GAP’ କାର୍ଯ୍ୟକ୍ରମ । ଯେଉଁଥିରେ ପ୍ରତିଦିନ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ସେବା ପାଇବା ପାଇଁ ସଂଘର୍ଷ କରୁଥିବା ଆଶାୟୀ ବ୍ୟକ୍ତିଙ୍କର କାହାଣୀକୁ ଫଟୋ ମାଧ୍ୟମରେ ସ୍ଥାନ ଦିଆଯାଇଛି। ଏହାସହ କିପରି ଓଡ଼ିଶାକୁ କୁପୋଷଣ ମୁକ୍ତ କରାଯିବ ସେନେଇ ଆଲୋଚନା ହୋଇଛି ।
ସାରା ଭାରତ ବର୍ଷରେ ଓଡିଶା କୁପୋଷଣ ଦୂରୀକରଣ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଓଡି଼ଶା । ଏହି କ୍ଷେତ୍ରରେ ସାରା ଦେଶ ପାଇଁ ଏକ ରୋଲ ମଡେଲ ସାଜିଛି ଓଡି଼ଶା । ଏଦିଗରେ ନେତୃତ୍ବ ନେବା ପାଇଁ ସରକାରଙ୍କୁ ଲୋକମାନଙ୍କ ପାଖରେ ପହଁଞ୍ଚିବା ସହ ଅଧିକରୁ ଅଧିକ କାର୍ଯ୍ୟକ୍ରମ କରିବାର ଅବଶ୍ୟକତା ରହିଛି। ରାଜ୍ୟରେ ଥିବା 34 ପ୍ରତିଶତ 5 ବର୍ଷରୁ କମ ଶିଶୁ ପୋଷଣ ଜନିତ ସମସ୍ୟାରେ ଜର୍ଜରିତ । 15 ରୁ 50 ବୟସର 50 ପ୍ରତିଶତ ଲୋକ ଏନିମିଆ ରୋଗର ଶିକାର ହେଉଛନ୍ତି। ଅପହଞ୍ଚ ଅଞ୍ଚଳରେ ଅଧିକ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରାଯିବ ଓ ସେମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ସ୍ଥାୟୀ ସମାଧାନ କରିବା ପାଇଁ ପ୍ରୟାସ କରାଯିବ ବୋଲି ଢେଙ୍କାନାଳର ସାଂସଦ ମହେଶ ସାହୁ କହିଛନ୍ତି।