ଓଡିଶା

odisha

ETV Bharat / city

ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ବିକାଶ ପରିଷଦ ପୁନର୍ଗଠିତ - ଓଡିଶା ହସ୍ତତନ୍ତ

ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ବିକାଶ ପରିଷଦ ପୁନର୍ଗଠିତ । ଏହାର ଅଧ୍ୟକ୍ଷ ହେଲେ ବିଶିଷ୍ଟ ସ୍ଥପତି ସୁଦର୍ଶନ ସାହୁ । ଅଧିକ ପଢନ୍ତୁ

ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ବିକାଶ ପରିଷଦ ପୁନର୍ଗଠିତ
ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ବିକାଶ ପରିଷଦ ପୁନର୍ଗଠିତ

By

Published : Oct 14, 2022, 7:08 AM IST

ଭୁବନେଶ୍ବର: ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଏବଂ ବିକାଶ ପରିଷଦ ପୁନର୍ଗଠିତ ହୋଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହାର ପୁନର୍ଗଠନ କରାଯାଇଛି । ଏହି ପରିଷଦରେ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ଡଃ. ସୁଦର୍ଶନ ସାହୁ(Sculptor Sudarshan Sahoo) ଅଧ୍ୟକ୍ଷ ହୋଇଥିବାବେଳେ ପଦ୍ମଶ୍ରୀ ଡ. ଚତୁର୍ଭୁଜ ମେହେର ଉପାଧ୍ୟକ୍ଷ ହୋଇଛନ୍ତି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ବତନ୍ତ୍ର ଶାସନ ସଚିବ/ଅତିରିକ୍ତ ଶାସନ ସଚିବ ସଦସ୍ୟ ସଚିବ ରହିଛନ୍ତି ।

ଏହି ପରିଷଦରେ ପଦ୍ମଶ୍ରୀ ପୁରସ୍କାର ବିଜେତା ବୁଣାକାର ଗୋବର୍ଦ୍ଧନ ପାଣିକା, ରାଜ୍ୟ କଳାକୃତି ପୁରସ୍କାର ବିଜେତା ପ୍ରସ୍ତର ଶିଳ୍ପୀ ଉଦୟ ମହାନ୍ତି, ଜାତୀୟ ପୁରସ୍କାର ବିଜେତା ତାରକସୀ ଶିଳ୍ପୀ ପଙ୍କଜ କୁମାର ସାହୁ, ଜାତୀୟ ପୁରସ୍କାରପ୍ରାପ୍ତ ତାଳପତ୍ର ଶିଳ୍ପୀ ଶରତ କୁମାର ପ୍ରଧାନ, ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ସୁକାନ୍ତି ମେହେର, ବୁଣାକାର ୟୁ. ନୀଳକଣ୍ଠ, ବୁଣାକାର ଲକ୍ଷ୍ମୀଧର ଚାନ୍ଦ, ରାଜ୍ୟ ପୁରସ୍କାରପ୍ରାପ୍ତ ବାଉଁଶ ଓ ବେତ ଶିଳ୍ପୀ ସରୋଜିନୀ ଦାଶ, ପ୍ରସ୍ତର ଖୋଦେଇରେ ପାରଙ୍ଗମ ପ୍ରିୟରଞ୍ଜନ କର, ରାଜ୍ୟ ପୁରସ୍କାରପ୍ରାପ୍ତ ବ୍ରାସ୍‌ ଓ ବେଲ୍‌ ମେଟାଲ୍‌ ଶିଳ୍ପୀ ପବିତ୍ର ମହାରଣା, ଡୋକ୍ରା ଶିଳ୍ପୀ ଗୋଲାପ ଗଡ଼ତିଆ, ଟେରାକୋଟା ଶିଳ୍ପୀ ଗୌର ରଣା, ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ପ୍ରହ୍ଲାଦ ମେହେର ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ:ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ ସିଟି ସ୍କାନ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଅନ୍ୟମାନଙ୍କ ମଧ୍ୟରେ ସବାଇ ଘାସ ଶିଳ୍ପୀ କଳ୍ପନା ଜେନା, ଜାତୀୟ ପୁରସ୍କାର ବିଜେତା ବୁଣାକାର ଅର୍ଜୁନ ପାଲ୍‌, ଜାତୀୟ ପୁରସ୍କାର ବିଜେତା ପଟ୍ଟଚିତ୍ର ଶିଳ୍ପୀ, ବିଜୟ ପରିଡ଼ା, ପିପିଲି ଚାନ୍ଦୁଆ ଶିଳ୍ପୀ ଜବର ଖାନ୍‌, ଲାଖ ଶିଳ୍ପୀ କୁମାରୀ ପ୍ରଭାତୀ ପାତ୍ର, ବୁଣାକାର ଜଳନ୍ଧର ମେହେର, ବୟନଶିଳ୍ପ ନିର୍ଦ୍ଦେଶକ, ହସ୍ତଶିଳ୍ପ ନିର୍ଦ୍ଦେଶକ ପ୍ରମୁଖ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଏହି ବ୍ୟକ୍ତିବିଶେଷ ପରିଷଦର ସଦସ୍ୟ ରହିଛନ୍ତି । ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷ ଏହି ପରିଷଦର ସଦସ୍ୟ ରହିଛନ୍ତି । ଏହି ନବଗଠିତ ପରିଷଦ ଦ୍ବାରା ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଅଗ୍ରଗତି ତ୍ବାରାନ୍ବତ ହୋଇପାରିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details