ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ, ସମ୍ପତ୍ତି ତାଲିକା ଦାଖଲ କରୁନାହାନ୍ତି ସରକାରୀ କର୍ମଚାରୀ - ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ, ସମ୍ପତ୍ତି ତାଲିକା ଦେଉନାହାନ୍ତି ଅଧିକାଂଶ ସରକାରୀ କର୍ମଚାରୀ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ, ସମ୍ପତ୍ତି ତାଲିକା ଦାଖଲ କରୁନାହାନ୍ତି ସରକାରୀ କର୍ମଚାରୀ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ, ସମ୍ପତ୍ତି ତାଲିକା ଦାଖଲ କରୁନାହାନ୍ତି ସରକାରୀ କର୍ମଚାରୀ

By

Published : Apr 10, 2022, 8:59 PM IST

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କୁ ଦୁର୍ନୀତି ଠାରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ସମ୍ପତ୍ତି ତାଲିକା ଦାଖଲ ନିୟମକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଚପରାସୀ ଠାରୁ ଆରମ୍ଭ କରି ମୁଖ୍ୟ ସଚିବ ପର୍ଯ୍ୟନ୍ତ ସମସ୍ତେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବେ । କିନ୍ତୁ ଚାରି ଥର ଅବଧି ଘୁଞ୍ଚାଇବା ପରେ ମଧ୍ୟ ବହୁ ସଂଖ୍ୟକ ସରକାରୀ କର୍ମଚାରୀ ନିଜ ସମ୍ପତ୍ତି ତାଲିକା ଦେବାକୁ କୁଣ୍ଠାବୋଧ କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ, ସମ୍ପତ୍ତି ତାଲିକା ଦାଖଲ କରୁନାହାନ୍ତି ସରକାରୀ କର୍ମଚାରୀ

ଆଉ କାମ ଦେଉନି କି ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ? ବାଟବଣା ହୋଇଯାଇଛି କି ରାଜ୍ୟ ସରକାରଙ୍କ 5 ଟି ଓ ମୋ ସରକାର ବ୍ୟବସ୍ଥା ? ଏପରି କିଛି ପ୍ରଶ୍ନ ଉଙ୍କି ମାରୁଛି ସର୍ବସାଧାରଣଙ୍କ ମନରେ । କାହିଁକି ନା ଦୁର୍ନୀତି ରୋକ ନେଇ ମୁଖ୍ୟମନ୍ତ୍ରୀଙ୍କ ଫତୁଆକୁ ମାନୁ ନାହାନ୍ତି ସରକାରୀ ଅଧିକାରୀ । ସରକାରୀ କର୍ମଚାରୀଙ୍କୁ ଦୁର୍ନୀତି ଠାରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ସମ୍ପତ୍ତି ତାଲିକା ଦାଖଲ ନିୟମକୁ ବାଧ୍ୟତାମୂଳକ କରିଛନ୍ତି ନବୀନ ସରକାର । କିନ୍ତୁ ତାରିଖ ପରେ ତାରିଖ ଗଡି ଚାଲୁଛି, ହେଲେ ତଥ୍ୟ ଦେଉନାହାନ୍ତି ସରକାରୀ ବାବୁ ଓ ବାବୁଆଣୀ ।

ଜୀବନରେ ପାରଦର୍ଶିତା ଓ ନୈତିକତା ବଜାୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇ ଆସୁଛନ୍ତି । ଏଥିରେ ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ରହିଛି । ଗତ କିଛି ବର୍ଷ ଭିତରେ 164 ଜଣ ଦୁର୍ନୀତିଗ୍ରସ୍ତ ଏବଂ ଅପାରଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲାଣି ବୋଲି ସରକାର ସୂଚନା ବି ଦେଉଛନ୍ତି । ବର୍ଷକରେ ସମ୍ପତ୍ତି କେତେ ବଢ଼ିଛି ଅବା ଅଛି ତାହା ସରକାରଙ୍କୁ ଜଣାଇବା ଜରୁରୀ । ସବୁ ଥର ପରି ଏଥର ମଧ୍ୟ ଜାନୁଆରୀ 31 ସୁଦ୍ଧା ଏଚ୍ଆଇଏମ୍ଏସ୍ ପୋର୍ଟାଲ ଜରିଆରେ ନିଜର ସ୍ଥାବର ଅସ୍ଥାବର ସମ୍ପତ୍ତି ତାଲିକା ଦାଖଲ ପାଇଁ କୁହାଯାଇଥିଲା । କିନ୍ତୁ ଅଧିକାଂଶ କର୍ମଚାରୀ ତାଲିକା ଦେଲେ ନାହିଁ । ଫଳରେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ପୁଣି ଥରେ ସମୟ ଦିଆଗଲା । ଏହି ଦୁଇ ମାସ ମଧ୍ୟରେ ବି ସମସ୍ତେ ତାଲିକା ଦେଲେ ନାହିଁ । ଏବେ ପୁଣି ଏପ୍ରିଲ ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଞ୍ଚାୟତ ଓ ପୌର ନିର୍ବାଚନରେ କର୍ମଚାରୀମାନେ ବ୍ୟସ୍ତ ରହିବାରୁ ସମ୍ପତ୍ତି ତାଲିକା ଦେବାକୁ ଆଉ ଏକ ମାସ ସମୟ ଦିଆଯାଉଛି । ପୂର୍ବରୁ ସରକାରୀ କର୍ମଚାରୀ ତିନି ବର୍ଷରେ ଥରେ ସମ୍ପତ୍ତି ତାଲିକା ଦାଖଲ କରୁଥିଲେ । କିନ୍ତୁ 2014/15 ରୁ ପ୍ରତି ବର୍ଷ ତାଲିକା ଦେବା ନିୟମ ଲାଗୁ ହୋଇଛି । ଉଦ୍ଦେଶ୍ୟ ହେଉଛି ଭିଜିଲାନ୍ସ ହାତରେ କର୍ମଚାରୀ ଧରାପଡ଼ିଲେ ଜବତ ସମ୍ପତ୍ତି ଏବଂ ସେ ନିଜେ ଦାଖଲ କରିଥିବା ସମ୍ପତ୍ତି ମଧ୍ୟରେ ତାଳମେଳ କରି ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିବା । ସେପଟେ ଶାସକ ଦଳ ବିଜେଡି ଏନେଇ ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ସମ୍ପତ୍ତି ତାଲିକା ଦାଖଲ କରିବା ନେଇ ସରକାରଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଯେଉଁମାନେ ଅବହେଳା କରୁଛନ୍ତି, ତାଙ୍କ ବିରୋଧରେ ସରକାର ପଦକ୍ଷେପ ନେବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details