ଭୁବନେଶ୍ବର: ସରକାରୀ ୱେବସାଇଟରେ ଭୁଲ ତଥ୍ୟ । ରାଜ୍ୟ ବିଧାନସଭା ୱେବସାଇଟ୍ odishaassembly.nic.inରେ ତୃଟିପୂର୍ଣ୍ଣ ତଥ୍ୟ ଦିଆଯାଇଛି । କେନ୍ଦ୍ରପଡା ଜିଲ୍ଲା ବିଧାୟକମାନଙ୍କ ସ୍ଥାନରେ କନ୍ଧମାଳ ଜିଲ୍ଲାର ବିଧାୟକଙ୍କ ନାମ ଓ ଫଟୋ ଆସୁଛି ।
ୱେବସାଇଟରେ ଥିବା ମାନଚିତ୍ର ବିଭାଗରେ ଓଡିଶା ମାନଚିତ୍ର ରହିଛି । ଏଥିରେ ଲେଖାଯାଇଛି ପ୍ରତି ଜିଲ୍ଲାର ନାମ । କୌଣସି ବି ଜିଲ୍ଲା ଉପରେ କ୍ଲିକ୍ କଲେ ସେ ଜିଲ୍ଲାର ବିଧାୟକଙ୍କ ନାମ ଦେଖିପାରିବେ । ତେବେ ବିଡମ୍ବନାର ବିଷୟ ପ୍ରତି ଜିଲ୍ଲାର ତଥ୍ୟ ଠିକ୍ ଆସୁଥିବାବେଳେ କେନ୍ଦ୍ରାପଡା ଜିଲ୍ଲାର ତଥ୍ୟ ଭୁଲ ରହିଛି । କେନ୍ଦ୍ରାପଡା ଉପରେ କ୍ଲିକ୍ କଲେ କନ୍ଧମାଳ ଜିଲ୍ଲାର ବିଧାୟକଙ୍କ ନାମ ଆସୁଛି ।