ଓଡିଶା

odisha

By

Published : Mar 10, 2021, 9:29 PM IST

ETV Bharat / city

ଦିନକୁ ଲକ୍ଷେ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ ପାଇଁ ପ୍ରସ୍ତୁତି

ଦିନକୁ ଲକ୍ଷେ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ....

ଦିନକୁ ଲକ୍ଷେ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ ପାଇଁ ପ୍ରସ୍ତୁତି
ଦିନକୁ ଲକ୍ଷେ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ ପାଇଁ ପ୍ରସ୍ତୁତି

ଭୁବନେଶ୍ବର:ଦିନକୁ ଲକ୍ଷେ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । ଦିନକୁ ସାରା ରାଜ୍ୟରେ ଲକ୍ଷେ ବରିଷ୍ଠ ନାଗରିକଙ୍କୁ ଟୀକାକରଣ କରାଯିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଦିନକୁ ଲକ୍ଷେ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ ପାଇଁ ପ୍ରସ୍ତୁତି

କେଉଁ ଜିଲ୍ଲାରେ କେତେ ସଂଖ୍ୟକ ଟୀକାକରଣ ହେବ ତାହାର ତାଲିକା ମଧ୍ୟ ପ୍ରସ୍ତୁତ କରିଛି ସ୍ବାସ୍ଥ୍ୟ ବିଭାଗ । ପ୍ରତ୍ୟେକ ଦିନ ଏତେ ସଂଖ୍ୟକ ଟିକା ପ୍ରଦାନ ପାଇଁ ସରକାରୀ ଡାକ୍ତରଖାନା ବ୍ୟତୀତ ଘରୋଇ ଡାକ୍ତରଖାନାକୁ ସକ୍ରିୟ କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସେହି ଅନୁଯାୟୀ ଟୀକାକରଣର ଗତି ବଢ଼ାଇବାକୁ ପଦକ୍ଷେପ ନେବାକୁ କୋଭିଡ ଟୀକାକରଣ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟ ବିଭାଗର ତାଲିକା ପ୍ରସ୍ତୁତି ଓ ଅତିରିକ୍ତ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ସବୁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି ।

ଦିନକୁ ଲକ୍ଷେ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ ପାଇଁ ପ୍ରସ୍ତୁତି

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details