ଭୁବନେଶ୍ବର: କୋରୋନା ମହାମାରୀର ଦ୍ବିତୀୟ ଲହରୀରେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ଘଟିବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ସରକାର କୋଭିଡ ନିୟମକୁ କଡାକଡି ପାଳନ କରିବା ସହିତ ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିଛନ୍ତି । ତେବେ ଉତ୍ତରପ୍ରଦେଶର ହରିଦ୍ବାରରେ ଚାଲିଥିବା କୁମ୍ଭମେଳା ଫେରନ୍ତା କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସେଠାରୁ ଫେରୁଥିବା ଲୋକଙ୍କ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି ।
କୁମ୍ଭମେଳାରୁ ରାଜ୍ୟକୁ ଫେରୁଥିବା ଲୋକଙ୍କୁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଫେରନ୍ତାଙ୍କୁ ଟ୍ରାକ କରିବାକୁ ଜିଲ୍ଳାପାଳ ଓ ମୁନିସିପାଲଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରତିଦିନ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେବାକୁ କୁହାଯାଇଛି । ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ମଧ୍ୟ କୁମ୍ଭମେଳା ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।