ଭୁବନେଶ୍ବର:ହଟିଲା କୋଭିଡ ମହାମାରୀ ଆଇନ । କୋଭିଡ ପାଇଁ ଲାଗୁ ହୋଇଥିବା ବିପର୍ଯ୍ୟୟ ଆଇନ ହଟାଇଲେ ରାଜ୍ୟ ସରକାର । ଏଣିକି ଆଉ କୋଭିଡ ବିପର୍ଯ୍ୟୟ ଆଇନ ବା ମହାମାରୀ ଆଇନ ଅନ୍ତର୍ଗତ ହେବ ନାହିଁ । କୋଭିଡ ପାଇଁ ଲାଗୁ ହୋଇଥିବା ବିପର୍ଯ୍ୟୟ ପରିଚାଳନା ଆଇନକୁ ଦୁଇ ବର୍ଷ ପରେ ଉଠାଇ ଦେଇଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ ବିପର୍ଯ୍ୟୟ ଆଇନରୁ ହଟିଲା ମହାମାରୀ । କୋଭିଡ୍ ସ୍ଥିତି ସୁଧୁରିଥିବାରୁ ମହାମାରୀ ବିପର୍ଯ୍ୟୟ ଆଇନରୁ ହଟାଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର କୋଭିଡ କଟକଣା କୋହଳ କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ଆଜି ଏସଆରସି ପ୍ରଦୀପ କୁମାର ଜେନାଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।