ଓଡିଶା

odisha

ETV Bharat / city

OAS ସ୍ତରରେ ଅଦଳବଦଳ, ପ୍ରଦୀପ କୁମାର ସାହୁ ହେଲେ SMC କମିଶନର

ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୯ ଜଣ OAS ଅଫିସରଙ୍କ ହୋଇଛି ବଦଳି । ଅଧିକ ପଢନ୍ତୁ...

By

Published : Oct 7, 2021, 7:24 AM IST

OAS ସ୍ତରରେ ଅଦଳବଦଳ, ପ୍ରଦୀପ କୁମାର ସାହୁ ହେଲେ SMC କମିଶନର
OAS ସ୍ତରରେ ଅଦଳବଦଳ, ପ୍ରଦୀପ କୁମାର ସାହୁ ହେଲେ SMC କମିଶନର

ଭୁବନେଶ୍ବର: ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୯ ଜଣ OAS ଅଫିସରଙ୍କ ବଦଳି କରାଯାଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ଥିବା ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ମହାନଗର ନିଗମ (ଏସଏମସି) କମିଶନର ଭାବେ ବଦଳି କରାଯାଇଛି । କୋରାପୁଟ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକଙ୍କୁ ଏସଏମସି କମିଶନର ଭାବେ ହୋଇଥିବା ବଦଳିକୁ ବାତିଲ କରିଦିଆଯାଇଛି । ପ୍ରବୀରଙ୍କୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ଏହାସହିତ ସ୍ନିଗ୍ଧାରାଣୀ ଧଳଙ୍କୁ ଢେଙ୍କାନାଳ ଉପଜିଲ୍ଲାପାଳ, ଅନିତା ପାତ୍ରଙ୍କୁ କଟକ ମହାନଗର ନିଗମ ଯୁଗ୍ମ କମିଶନର, ଜୟଶ୍ରୀ ମଲ୍ଲିକଙ୍କୁ ଚମ୍ପୁଆର ଆଇଡିଟିଏ ପିଏ, ସୁଶାନ୍ତ କୁମାର ପତିଙ୍କୁ ଅନୁଗୁଳ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ରଶ୍ମିରେଖା ଦାସଙ୍କୁ ପୁରୀ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ବୈତୁରା ଦୀପଙ୍କୁ ଅନୁଗୁଳ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଅତସୀ ଦାସଙ୍କୁ ଆଦିବାସୀ ଉନ୍ନୟନ ସମବାୟ ନିଗମରେ ନିଯୁକ୍ତି ପାଇଁ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗକୁ ଡେପୁଟେସନରେ ପଠାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details